ଜୟପୁର ସହରରେ ରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତି ପୁଣି ମୁହାଁମୁହିଁ ହୋଇଛନ୍ତି। ଜୟପୁର ସହରରେ ଦିନକୁ ଦିନ ବଢୁଥିବା ଚୋରି, ଲୁଟ୍, ଡକାୟତି ଓ ବିଭିନ୍ନ ଅପରାଧିକ ଘଟଣାକୁ ନେଇ ବିଜେଡି ପକ୍ଷରୁ ଆଜି ଜୟପୂର ଟାଉନ୍ ଥାନା ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯାଇଥିଲା। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲାର ଅନେକ ବରିଷ୍ଠ ଓ କନିଷ୍ଠ ବିଜେଡି ନେତା ଯୋଗ ଦେଇଥିଲେ। ଏହାକୁ ନେଇ ଜୟପୂର ବିଧାୟକ ସମାଲୋଚନା କରିଛନ୍ତି। ସେ କହିଛନ୍ତି ବିଜେଡି ଶାସନ ସମୟରେ ଚୋରି ଡ଼କାୟତି ହେଉଥିଲା ସେତେବେଳେ ବିଜେଡି କଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ବର୍ତ୍ତମାନ ସମୟରେ ରାଜନୀତି ତାତି ଦେଖିବାକୁ ମିଳିଛି।