ମହୁଲପାଲି: ଲପଡ଼ା ରାଜସ୍ୱ ଗ୍ରାମରେ ଥିବା ଧୁରୁଆପଡ଼ା ଓ ପରଧିଆପଡ଼ା ରାସ୍ତା କାଦୁଅ ରେ ଭର୍ତ୍ତି, ଅଭିଯୋଗ କଲେ ଗ୍ରାମବାସୀ #jansamasya
ସମ୍ବଲପୁର ବ୍ଲକ ଜରାବଗା ପଞ୍ଚାୟତ ଅନ୍ତର୍ଗତ ଲପଡ଼ା ରାଜସ୍ୱ ଗ୍ରାମରେ ଥିବା ଧୁରୁଆପଡ଼ା ଓ ପରଧିଆପଡ଼ା ରାସ୍ତା କାଦୁଅ ରେ ଭର୍ତ୍ତି ହୋଇ ରହିଥିବା ବେଳେ ଏନେଇ ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଉକ୍ତ ରାସ୍ତାର ଉନ୍ନତିକରଣ ପାଇଁ ଅନେକଥର ଗ୍ରାମବାସୀ ମାନେ ପଞ୍ଚାୟତଠୁ ଆରମ୍ଭ କରି ବିଡ଼ିଓ, ଉପ ଜିଲ୍ଲାପାଳ ତଥା ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ବର୍ତ୍ତମାନ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ଯାଇ ନାହିଁ।ଶେଷରେ ନିରୁପାୟ ହୋଇ ଗ୍ରାମବାସି ମାନେ ରବିବାର ସନ୍ଧ୍ୟା ୫ ଟା ସମୟରେ ଗଣମାଧ୍ୟମ ସମ୍ମୁଖରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।