ପାଟଣା: ତୁରୁମୁଙ୍ଗା ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ଠାରେ ରକ୍ତଦାନ ଶିବିର: ୩୧ ୟୁନିଟ୍ ରକ୍ତ ସଂଗୃହୀତ
ରକ୍ତଦାନ ଶିବିର: ୩୧ ୟୁନିଟ୍ ରକ୍ତ ସଂଗୃହୀତ ପାଟଣା: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ପାଟଣା ସମ୍ବାଦ ଆମ ଓଡ଼ିଶା ସଂଯୋଜକ ମହେଶ୍ୱର ପୁଷ୍ଟି ଙ୍କ ସଂଯୋଜନାରେ ମହାବିଦ୍ୟାଳୟ ର ମିଳିତ ସହଯୋଗରେ ସେଚ୍ଛୋକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସଂମ୍ମାନୀତ ଅତିଥି ଭାବେ ସୁଲେଖା ନାଏକ,ଦୀପକ କୁମାର ସାହୁ, ଚିକୁ ମିଶ୍ର, ବରଣ ସାହୁ, ବୁଲା ସାହୁ,ହୃକେଶ ସାହୁ,ଲିପୁନ ସେଠୀ,ଗୁଲେଖ ସାହୁ, ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।