ବାରିପଦା ସଦର: ଷ୍ଟାର୍ଲିଙ୍କ୍କୁ ଲାଇସେନ୍ସ ନଦେବାକୁ ଦାବି କଲା ସ୍ୱଦେଶୀ ଜାଗରଣ ମଞ୍ଚ
ଭାରତରେ ଷ୍ଟାର୍ଲିଙ୍କ୍କୁ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପାଇଁ ଲାଇସେନ୍ସ ନଦେବାକୁ ଦାବି କରିଛି ସ୍ୱଦେଶୀ ଜାଗରଣ ମଞ୍ଚ। ରାଷ୍ଟ୍ରୀୟ ସୁରକ୍ଷା ଓ ତଥ୍ୟର ଗୋପନୀୟତାକୁ ନେଇ ମଞ୍ଚ ଚିନ୍ତା ପ୍ରକଟ କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଛି।