ବାରିପଦା ସଦର: ବାରିପଦାରେ ବାରଣ୍ଡାରୁ ନିଖୋଜ ହେଲା ୪ ବର୍ଷର ଶିଶୁକନ୍ୟା, ପୁଲିସର ତଦନ୍ତ ଜାରି
ବାରିପଦା ଭଞ୍ଜପୁର ରେଳ ଷ୍ଟେସନ ନିକଟରୁ ୪ ବର୍ଷର ଶିଶୁକନ୍ୟା ନିଖୋଜ। ବାରଣ୍ଡାରେ ଖେଳୁଥିବା ବେଳେ ଗାୟବ ହୋଇଗଲା କୁନି ଝିଅ। ଘଟଣାସ୍ଥଳରେ ମିଳିଲା କେବଳ ଚପଲ ଓ ଖେଳନା। ପୁଲିସର ୩ଟି ଦଳ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ସନ୍ଦେହ ଘେରରେ ରହିଛି ଅପହରଣ ଘଟଣା।