ସାରାସକଣା: ଝାରପୋଖରିଆରେ ବିଲ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ, ଗାଁରେ ଶୋକ
Saraskana, Mayurbhanj | Oct 25, 2026
ଝାରପୋଖରିଆ ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ଗ୍ରାମରେ ବିଲ ପାଣିରେ ବୁଡ଼ି ୨୬ ବର୍ଷୀୟ ବୟାର ସିଂ ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। କାମ କରିବାକୁ ଯାଇ ସେ ଆଉ ଫେରିନଥିଲେ। ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇଛି।