ରାୟଗଡା: କଳାକାର ଭତ୍ତା ପାଇଁ ବୟସ ସୀମା ହଟାଇବାକୁ ଦାବି, ରାୟଗଡ଼ରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଗଜପତି ଜିଲ୍ଲା କଳା ସଂସ୍କୃତି ସଂଘ ପକ୍ଷରୁ ରାୟଗଡ଼ରେ ବୈଠକ ଅନୁଷ୍ଠିତ ହୋଇଛି । କଳାକାର ଭତ୍ତାରୁ ବୟସ ସୀମା ହଟାଇବାକୁ ଦାବି କରି ସରକାରଙ୍କୁ ଦାବିପତ୍ର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସ୍ଥାନୀୟ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ନେଇ ମଧ୍ୟ ଆଲୋଚନା ହୋଇଛି ।