ପାରଳାଖେମୁଣ୍ଡି: କଳାକାର ଭତ୍ତାରୁ ବୟସ ସୀମା ହଟାଇବାକୁ ଦାବି, ରାୟଗଡ଼ରେ ବସିଲା କଳା ସଂସ୍କୃତି ସଂଘର ବୈଠକ
କଳାକାର ଭତ୍ତାରୁ ବୟସ ସୀମା ହଟାଇବାକୁ ଦାବି କରିଛି ଗଜପତି ଜିଲ୍ଲା କଳା ସଂସ୍କୃତି ସଂଘ। ଏନେଇ ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ। ରାୟଗଡ଼ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର କଳା ଓ ସଂସ୍କୃତିର ବିକାଶ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି।