ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନାଞ୍ଚଳରେ ନାବାଳିକାଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତକୁ ଦଣ୍ଡାଦେଶ ଦେଲେ ମାନ୍ୟବର କୋର୍ଟ
ସମ୍ବଲପୁରର ଅଇଁଠାପାଲି ଥାନାଞ୍ଚଳରେ ଗତ ଡିସେମ୍ବର ୨୦୨୩ ମସିହାରେ ଜଣେ ନାବାଳିକାଙ୍କୁ ଅସଦାଚରଣ ହୋଇଥିଲା । ଘଟଣା ଦିନ ନାବାଳିକା ଜଣକ ଘରେ ରହିଯାଇଥିବା ବଳକା ଖାଦ୍ୟ ଗୁଡିକୁ ବୁଲା ପଶୁ ମାନଙ୍କୁ ଦେବା ନିମନ୍ତେ ସକାଳ ପ୍ରାୟ ୧୦ଟା ସମୟରେ ଘର ବାହାରକୁ ଯାଇଥିଲେ । ସେହି ସମୟରେ ଅଭିଯୁକ୍ତ ରାଜ କିଶୋର ପଣ୍ଡା ଅଚାନକ ପଛରୁ ଆସି ନାବାଳିକାଙ୍କୁ ଧରି ପକାଇ ଅସଦାଚରଣ କରିଥିଲା । ନାବାଳିକା ଜଣକ ପାଟି କରିବାରୁ ତାର ମାଁ ଦୌଡି ଘରୁ ବାହାରି ଆସିଥିଲେ । ତାଙ୍କୁ ଦେଖି ଅଭିଯୁକ୍ତ ଫେରାର ମାରିଥିଲା । ଏନେଇ ଅଇଁଠାପାଲି ଥାନାରେ ପରିବାର ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା । ପୋଲିସ ଏକ ମାମ