ବରଗଡ଼ରେ କୋଟିପତି ପିଇଓ (PEO) ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଡିଭିଜନ୍ ଟିମ୍ର କାର୍ଯ୍ୟାନୁଷ୍ଠାନ; ଏକାକାଳୀନ ୨ଟି ସ୍ଥାନରେ ରେଡ୍
ଆଲିସାନ୍ ବାସଭବନ, ସ୍କୋର୍ପିଓ, ପିକ୍-ଅପ୍ ଓ ଟ୍ରାକ୍ଟର ସହ ପ୍ରଚୁର ସମ୍ପତ୍ତି ଠାବ!
ସରକାରୀ ପଦବୀର ଦୁରୁପଯୋଗ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)। ଗାଇସିଲେଟ୍ ବ୍ଲକ୍ କଟାବାହାଲ ପଞ୍ଚାୟତରେ କାର୍ଯ୍ୟରତ ତଥା ଅନ୍ୟ କେତେକ ପଞ୍ଚାୟତର ଅତିରିକ୍ତ ଦାୟିତ୍ୱରେ ଥିବା PEO କାର୍ତ୍ତିକ ବେହେରାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।
ସମ୍ବଲପୁର ଭିଜିଲାନ୍ସ ଡିଭିଜନ୍ର ଏକ ବିଶେଷ ଟିମ୍ ଗାଇସିଲେଟ୍ ବ୍ଲକ୍ର କନ୍ଧାଗାର୍ଡ ଗ୍ରାମସ୍ଥିତ ତାଙ୍କ ବାସଭବନ ଏବଂ ଗାଇସିଲେଟ୍ ବ୍ଲକ୍ କାର୍ଯ୍ୟାଳୟ ସମେତ ଏକାକାଳୀନ ଦୁଇଟି ସ୍ଥାନରେ ଏହି ରେଡ୍ ଜାରି ରଖିଛନ୍ତି।
ପ୍ରାଥମିକ ତଦନ୍ତରୁ ପିଇଓ କାର୍ତ୍ତିକ ବେହେରାଙ୍କ ନାମରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ନଜରକୁ ଆସିଛି। ତାଙ୍କର ଏକ ଆଲିସାନ୍ କୋଠି, ଗୋଟିଏ ସ୍କୋର୍ପିଓ, ଗୋଟିଏ ପିକ୍-ଅପ୍ ଭ୍ୟାନ୍, ଗୋଟିଏ ଟ୍ରାକ୍ଟର ଏବଂ ତିନୋଟି ମୋଟରସାଇକେଲ୍ ଠାବ କରାଯାଇଛି। ଏହାସହ ପ୍ରଚୁର ନଗଦ ଟଙ୍କା, ଏଟିଏମ୍ କାର୍ଡ ଓ ଜମିବାଡ଼ି କାଗଜପତ୍ରର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ସମ୍ପୂର୍ଣ୍ଣ ଯାଞ୍ଚ ପରେ ତାଙ୍କର ମୋଟ ସମ୍ପତ୍ତିର ଆକଳନ ସ୍ପଷ୍ଟ ହେବ।
୫ ଡିଏସ୍ପି ଓ ୮ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ବିଶାଳ ଟିମ୍ର ଚଢ଼ାଉ; ଠାବ ହେଲା ୪ ମହଲା କୋଠି ଓ ମାର୍କେଟ୍ କମ୍ପ୍ଲେକ୍ସ
ସରକାରୀ ପଦବୀ ଓ ଦାୟିତ୍ୱର ଅପବ୍ୟବହାର କରି କୋଟି କୋଟି ଟଙ୍କାର ଅଗାଧ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ର PEO କାର୍ତ୍ତିକେଶ୍ୱର ବେହେରାଙ୍କ ଉପରେ ଚାଲିଛି ଓଡ଼ିଶା ଭିଜିଲାନ୍ସର ପ୍ରଚଣ୍ଡ ପ୍ରହାର। କଟାବାହାଲ ପଞ୍ଚାୟତର ନିୟମିତ PEO ତଥା ଫିରିଙ୍ଗିମାଲ ଓ ଗୌରେନ୍ମୁଣ୍ଡା ପଞ୍ଚାୟତର ଅତିରିକ୍ତ ଦାୟିତ୍ୱରେ ଥିବା କାର୍ତ୍ତିକେଶ୍ୱର ବେହେରାଙ୍କ ନାମରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଅଭିଯୋଗ ହୋଇଥିଲା।
ବରଗଡ଼ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଆଜି ସକାଳୁ ୫ ଜଣ DSP, ୮ ଜଣ ଇନ୍ସପେକ୍ଟର, ୨ ଜଣ ASI ଏବଂ ବିଶାଳ ପୋଲିସ୍ ବାହିନୀକୁ ନେଇ ଗଠିତ ଟିମ୍ ଏକାକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।
ଚଢ଼ାଉ ହୋଇଥିବା ୬ଟି ମୁଖ୍ୟ ଠିକଣା:
୧. କନ୍ଧାଗାର୍ଡ ସ୍ଥିତ ଦୁଇ ମହଲା ବାସଭବନ
୨. କନ୍ଧାଗାର୍ଡରେ ୬ଟି ଘର ଥିବା ଏକ ବିଶାଳ ମାର୍କେଟ୍ କମ୍ପ୍ଲେକ୍ସ
୩. କନ୍ଧାଗାର୍ଡସ୍ଥିତ ୩ଟି ବଡ଼ କୋଠରୀ ଥିବା ଗୋଦାମ ଘର
୪. ଗାଇସିଲେଟ୍ରେ ନିର୍ମାଣାଧୀନ ଏକ ଚାରି ମହଲା କୋଠି