କନକ ମଞ୍ଜରୀ ଇନଷ୍ଟିଚିୟୁଟ ଅଫ ଫାର୍ମାସିଟିକାଲ ସାଇନ୍ସରେ ୬ତମ ଜାତୀୟ ଫାର୍ମାକୋଭିଜିଲାନ୍ସ ସପ୍ତାହ ପାଳିତ
ରାଉରକେଲା ଛେଣ୍ଡ ସ୍ଥିତ କନକ ମଞ୍ଜରୀ ଇନଷ୍ଟିଚିୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସରେ ୬ ତମ ଜାତୀୟ ଫାର୍ମାକୋଭିଜିଲାନ୍ସ ସପ୍ତାହ (6th National Pharmacovigilance Week) ଆଜି ପାଳିତ ହୋଇଯାଇଛି। ପ୍ରଥମେ ଇନଷ୍ଟିଚିୟୁଟ ଛାତ୍ରଛାତ୍ରୀମାନେ ଏକ ବିଶାଳ ରାଲି କରିବା ସହ ଏକ ସଚେତନତା କାର୍ଯ୍ୟକ୍ରମ କ୍ୟାମ୍ପସ ପରିସରରେ କରିଥିଲେ ।ଭାରତରେ ୧୭ ସେପ୍ଟେମ୍ବରରୁ ୨୩ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପାଳିତ ହେଉଛି। ଭାରତୀୟ ଫାର୍ମାକୋପିଆ କମିଶନ (IPC) ଦ୍ୱାରା ଏହି କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜନ କରାଯାଉଛି।ଏହି ବର୍ଷର ମୁଖ୍ୟ ବିଷୟବସ୍ତୁ (Theme) “ଫାର୍ମାକୋଭିଜିଲାନ୍ସ ମାଧ୍ୟମରେ ଔଷଧର ସଠିକ୍ ବ୍ୟବହାରକୁ ପ୍ରୋତ୍ସାହନ – ସୁରକ୍ଷିତ ସ୍ୱାସ୍ଥ୍ୟସେବା ଦିଗରେ ଏକ ପଦକ୍ଷେପ” (“Promoting Rational Use of Medicines through Pharmacovigilance – A Step Towards Safer Healthcare”)ଏହାର ଉଦ୍ଦେଶ୍ୟ: ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ, ଗବେଷକ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ବା Adverse Drug Reaction (ADR) ର ରିପୋର୍ଟିଂ ଏବଂ ସୁରକ୍ଷିତ ଔଷଧ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା। ଏହି ସପ୍ତାହ ପାଳନ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଜାତୀୟ ଫର୍ମୁଲାରୀ (NFI) ର ୭ମ ସଂସ୍କରଣ । ଏହି କାର୍ଯ୍ୟକ୍ରମରେ ଇନଷ୍ଟିଚିୟୁଟ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ମିଳିତ ଭାବେ ପାଳନ କରିଥିଲେ।