ରାଉରକେଲାର ଗୃହଲଷ୍ମୀ ଓ ସିନିୟର ସୋସିଆଲ ସୋସାଇଟି ପକ୍ଷରୁ ସେକ୍ଟର ୧୭ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଖୁଦୁରୁକୁଣୀ ମେଳଣ ସୋମବାର ଦିନ ବଡ଼ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି।ଓଡ଼ିଶାର ପରମ୍ପରା ଓ ପର୍ବପର୍ବାଣୀ ମଧ୍ୟରେ ଖୁଦୁରୁକୁଣୀ ଓଷାର ରହିଛି ଏକ ବିଶେଷ ସ୍ଥାନ। ବିଶେଷ କରି ଅବିବାହିତ ଝିଅମାନେ ଏହି ପୂଜାକୁ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରିଥାନ୍ତି।ଏହି ଓଷାର ସମ୍ପର୍କ ମା’ ମଙ୍ଗଳାଙ୍କ ସହ ରହିଛି। କୁହାଯାଏ, ପୂର୍ବରୁ ଓଡ଼ିଶାର ଅନେକ ବ୍ୟବସାୟୀ ସମୁଦ୍ର ପଥରେ ବାଣିଜ୍ୟ କରିବାକୁ ଦୂର ଦେଶକୁ ଯାଉଥିଲେ। ସେମାନଙ୍କ ପରିବାରର ମହିଳାମାନେ ଘରେ ରହି ସେମାନଙ୍କ ଫେରିବାକୁ ଅପେକ୍ଷା କରୁଥିଲେ।ଏହି ପରମ୍ପରା ସହ ଜଡ଼ିତ ଅଛି ତାପୋଇଙ୍କ କାହାଣୀ। ତାପୋଇଙ୍କର ସାତ ଜଣ ଭାଇ ଥିଲେ। ଭାଇମାନେ ବ୍ୟବସାୟ ପାଇଁ ସମୁଦ୍ର ପାର ହୋଇ ଦୂର ଦେଶକୁ ଚାଲିଯାଇଥିଲେ। ତାପୋଇ ତାଙ୍କ ଭାଇମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ସେମାନେ ଶୀଘ୍ର ଘରକୁ ଫେରନ୍ତୁ ବୋଲି ମା’ ମଙ୍ଗଳାଙ୍କୁ ପ୍ରାର୍ଥନା କରିଥିଲେ। କାହାଣୀ ଅନୁସାରେ, ତପୋଇଙ୍କ ଭକ୍ତି ଓ ପ୍ରାର୍ଥନାରେ ମା’ ମଙ୍ଗଳା ପ୍ରସନ୍ନ ହୋଇଥିଲେ । ଏହି କାହାଣୀକୁ ମନେ ପକାଇ ଆଜି ମଧ୍ୟ ଝିଅମାନେ ମା’ ମଙ୍ଗଳାଙ୍କୁ ପୂଜା କରିବାର ପରମ୍ପରା ରହିଆସିଛି ।
ଖୁଦୁରୁକୁଣୀ ଓଷାରେ ଝିଅମାନେ ସକାଳୁ ଉଠି ଘର ଓ ପୂଜାସ୍ଥାନ ସଫା କରନ୍ତି। ମାଟିରେ ମା’ ମଙ୍ଗଳାଙ୍କ ମୂର୍ତ୍ତି ତିଆରି କରି ଫୁଲ, ଫଳ ଓ ବିଭିନ୍ନ ପୂଜା ସାମଗ୍ରୀରେ ପୂଜା କରନ୍ତି। ଏହି ଦିନ ତାପୋଇଙ୍କ କାହାଣୀ ମଧ୍ୟ ଶୁଣାଯାଏ। ତେବେ ଖୁଦୁରୁକୁଣୀ ଓଷା କେବଳ ଏକ ପୂଜା ନୁହେଁ। ଏହା ଭାଇ-ଭଉଣୀଙ୍କ ଭଲପାଇବା, ପରିବାରର ମଙ୍ଗଳ ଏବଂ ଓଡ଼ିଆ ସଂସ୍କୃତିର ଏକ ସୁନ୍ଦର ପରମ୍ପରାର ପ୍ରତୀକ। ପିଢ଼ି ପରେ ପିଢ଼ି ଏହି ପରମ୍ପରା ଆଜି ମଧ୍ୟ ଓଡ଼ିଶାର ଘରେ ଘରେ ଜୀବନ୍ତ ରହିଛି ।ଏହି ଉପଲକ୍ଷେ ସିନିୟର ସୋସିଆଲ ସୋସାଇଟି ଓ ଗୃହଲଷ୍ମୀର ପ୍ରତିଷ୍ଠାତା ଗୌରାଙ୍ଗ ଚରଣ ସେଠିଙ୍କ ପ୍ରତେକ୍ଷ ତତ୍ୱାବଧାନରେ ପ୍ରଥମ ଖୁଦୁରୁକୁଣୀ ମେଳଣ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩୦ ଟି ମା ଖୁଦୁରୁକୁଣୀ ମୃତ୍ତି ଆସିଥିଲେ।ସାମ୍ବାଦିକ ତଥା ଅଧ୍ୟାପକ ଡ଼ ବସନ୍ତ କୁମାର ଦାସ, ସୁଧୀର ଦାସ ଓ ସସ୍ମିତା ପ୍ରଧାନ ଏବଂ ଉଦଘୋଷକ ଅଶୋକ ରାଉତ ଓ ଶୁଚିସ୍ମିତା ରାଉତଙ୍କୁ ସଂମାନିତ କରାଯାଇଥିଲା।ଉକ୍ତ ମେଳଣରେ ଅତିଥି ଭାବେ ସମାଜସେବୀ ଶ୍ରଦ୍ଧା ଷଢଙ୍ଗୀ,ଭଗବାନ ପାଢ଼ୀ ଭାଇସ ପ୍ରିନସିପାଲ ସାଇଭାଲ୍ଲୀ ୱାଲଡ଼ ସ୍କୁଲ, ସମାଜସେବୀ ରମେଶ ଚନ୍ଦ୍ର ପାତ୍ର, ମନୋଜ ମିଶ୍ର, ପ୍ରଶାନ୍ତ ସେଠି, ପ୍ରିନସିପାଲ ଦୀପିକା ଶିକ୍ଷା ସଦନ ସୁଚିତ୍ରା ସେଠି, ବିଷ୍ଣୁ ମିଶ୍ର, ଶିକ୍ଷାବିତ ଗ୍ରେସି ଡେଭିଡ ପ୍ରମୁଖ ଉପସ୍ଥିତ ଥିବାବେଳେ ଗୃହଲଷ୍ମୀର ସଭାନେତ୍ରୀ ଉର୍ମିଳା ଡ଼ାଳୁଆ, ମିନାକ୍ଷୀ ଓଝା, ପ୍ରଶମିତା ସାହୁ, ସୁବାସିନୀ ବିଶ୍ୱାଳ, ସୁକୁମିତ ସୋରେନ, ସନାଲି ଓଝା, ଜଗଦେଶ୍ବରୀ ଦାସ, ସବିତା ରାଉଳ, ଲଷ୍ମୀ ନାୟକ, ନୀଳିମା ମହାପାତ୍ର, ମାଳତୀ ପ୍ରଧାନ,ରାଧିକା ସେଠି,ସନ୍ତୋଷ ସାହୁ,ଶିବଶଙ୍କର ବିଶ୍ୱାଳ,ବିଶ୍ୱନାଥ ଓଝା,ପ୍ରକାଶ ନାଏକ,ସୁଦାମ ବେହେରା,ସୁବାଷ ଓଝା ପ୍ରମୁଖ ସହଯୋଗ କରିଥିବାବେଳେ ପ୍ରକାଶ ନାୟକ ଧନ୍ୟବାଦ ଦେଇଥିଲେ।