Public App Logo
Profile Picture

Odisha City News

@odishacitynews3
826Followers
0Following
ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କୁମ୍ଭମପାଟିଙ୍କ ସମ୍ମାନାର୍ଥେ ଆୟୋଜିତ ବିଦାୟକାଳୀନ ରାତ୍ର ଭୋଜନରେ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶା ହାଇ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ,  ବରିଷ୍ଠ ମନ୍ତ୍ରୀଗଣ  ଓ ଅଧିକାରୀ ଗଣ |
<nis:link nis:type=tag nis:id=governor nis:value=Governor nis:enabled=true nis:link/> <nis:link nis:type=tag nis:id=odisha nis:value=Odisha nis:enabled=true nis:link/> <nis:link nis:type=tag nis:id=cm nis:value=CM nis:enabled=true nis:link/> <nis:link nis:type=tag nis:id=cmodisa nis:value=cmodisa nis:enabled=true nis:link/> <nis:link nis:type=tag nis:id=mohancharanmajhi nis:value=MohanCharanMajhi nis:enabled=true nis:link/>
ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳଙ୍କ ରାଜନୈତିକ ପ୍ରାଥମିକତା ବେଶ୍ ସ୍ପଷ୍ଟ ଥିବା ପରି ମନେହେଉଛି। ସାମ୍ବିଧାନିକ ଦାୟିତ୍ୱ ପ୍ରତି ତାଙ୍କର ଆଭିମୁଖ୍ୟ ଯାହା ବି ହେଉ ନା କାହିଁକି, ନିଜର ରାଜନୈତିକ ଦୃଷ୍ଟିକୋଣକୁ ନେଇ ଏଭଳି ସ୍ପଷ୍ଟବାଦିତା ସତରେ ଚମତ୍କାର!
ଗଣତନ୍ତ୍ରର ନୂଆ ପରିଭାଷା—ସାମ୍ବିଧାନିକ ପଦବୀରେ ରହି ଦଳୀୟ ସ୍ୱାର୍ଥକୁ ପ୍ରାଥମିକତା! ସତରେ ପ୍ରଶଂସନୀୟ! ଆମକୁ ଏମିତି ହିଁ ସଚ୍ଚୋଟ ଓ ସ୍ୱଚ୍ଛ ବ୍ୟବସ୍ଥା ଦରକାର! ଏଭଳି ଆହୁରି ଅନେକ ରାଜ୍ୟପାଳ ନିଯୁକ୍ତ ହେଲେ, ଆମ ଗଣତନ୍ତ୍ର ଯେ ନିଶ୍ଚିତ ସୁଦୃଢ଼ ହେବ, ସେଥିରେ ସନ୍ଦେହ ନାହିଁ!
ସତର୍କ ରୁହନ୍ତୁ ସାବଧାନ ହୁଅନ୍ତୁ
ରକ୍ତଦାନ ଓ ମାନବସେବାରେ ଅତୁଳନୀୟ ଅବଦାନ: ସର୍ଦ୍ଦାର ନରେନ୍ଦ୍ର ସିଂହ କଲ୍ହାଙ୍କୁ ‘ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ’ରେ ସମ୍ମାନିତ

ନବନିର୍ବାଚିତ ସେଣ୍ଟ୍ରାଲ ପୂଜା କମିଟି ସଦସ୍ୟଙ୍କୁ ଶୁଭେଚ୍ଛା

ରାଉରକେଲା, ୧୪ ଅକ୍ଟୋବର: ରକ୍ତଦାନ ମାଧ୍ୟମରେ ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା Hindustan Federation of India (HFI)ର ବରିଷ୍ଠ ସଦସ୍ୟ ସର୍ଦ୍ଦାର ନରେନ୍ଦ୍ର ସିଂହ କଲ୍ହାଙ୍କୁ ତାଙ୍କର ଦୀର୍ଘ ବର୍ଷର ମାନବସେବା ପାଇଁ ‘ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ’ ପ୍ରଦାନ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ସେକ୍ଟର-୧୫ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ HFI ପରିବାର ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀ ହରିହର ରାଉତରାୟ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ।

ସର୍ଦ୍ଦାର ନରେନ୍ଦ୍ର ସିଂହ କଲ୍ହା ଦୀର୍ଘ ବର୍ଷ ଧରି ରକ୍ତଦାନ କରି ଅନେକ ଜରୁରୀ ରୋଗୀଙ୍କ ଜୀବନ ରକ୍ଷାରେ ସହାୟତା କରିଆସିଛନ୍ତି। ୬୫ ବର୍ଷ ବୟସ ପୂରଣ ପରେ ଡାକ୍ତରୀ ପରାମର୍ଶ ଅନୁଯାୟୀ ସେ ରକ୍ତଦାନରୁ ଅବସର ନେଇଛନ୍ତି। ତେବେ ରକ୍ତଦାନରୁ ଅବସର ନେଇଥିଲେ ମଧ୍ୟ ମାନବସେବା ପ୍ରତି ତାଙ୍କର ନିଷ୍ଠା, ତ୍ୟାଗ ଓ ସମର୍ପଣ ଭାବନା ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ହୋଇ ରହିବ।

ଏହି ଅବସରରେ ସେଣ୍ଟ୍ରାଲ ପୂଜା କମିଟି (CPC)ର ନବନିର୍ବାଚିତ ସଦସ୍ୟମାନଙ୍କୁ ମଧ୍ୟ HFI ପରିବାର ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା। ସେମାନଙ୍କର ନୂତନ କାର୍ଯ୍ୟକାଳ ସଫଳ ହେବା ସହ ସମାଜର ହିତ ଓ ଜନକଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରାଯାଇଥିଲା।

ସମାରୋହରେ ଶ୍ରୀନିବାସ ପ୍ରଧାନ, କୁନା ମହାପାତ୍ର, ଡ଼. ବସନ୍ତ କୁମାର ଦାସ, ବିଜୟ ସୁନ୍ଦରାୟ, ପୁଷ୍ପଲତା ସାହୁ, ଜୟନ୍ତୀ ଦାସ ଓ ବିଶ୍ୱଜିତ ରାଉତଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

HFIର ଚେୟାରପର୍ସନ ସୁରେଶ ନନ୍ଦ ଏବଂ ପ୍ରେସିଡେଣ୍ଟ ଅମିତ ମୈତି ମହାନ୍ତିଙ୍କ ନେତୃତ୍ୱରେ ଏହି ସମାରୋହ ଆୟୋଜିତ ହୋଇଥିଲା। ଶର୍ମିଷ୍ଠା ନାୟକ, ରାକେଶ ସିଂହ, ଦିଲୀପ ରୋହିଦାସ, ରଫିକ୍ ଭାଇ, ପୁଷ୍ପା ବାଗେ, ସୁସ୍ମିତା ପରିଡ଼ା ଓ ସମିତ ମୈତି କାର୍ଯ୍ୟକ୍ରମର ତଦାରଖ କରିଥିଲେ। HFIର ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ରକ୍ତଦାନରୁ ଅବସର, କିନ୍ତୁ ମାନବସେବାରୁ ନୁହେଁ— ସର୍ଦ୍ଦାର ନରେନ୍ଦ୍ର ସିଂହ କଲ୍ହାଙ୍କ ଜୀବନଯାତ୍ରା ଏହି ବାର୍ତ୍ତା ଦେଉଛି ଯେ, ମଣିଷର ପ୍ରକୃତ ମହାନତା ତାଙ୍କର ପଦବୀରେ ନୁହେଁ, ବରଂ ଅନ୍ୟର ଜୀବନ ବଞ୍ଚାଇବା ଓ ସମାଜ ପାଇଁ କିଛି କରିବାର ନିଷ୍ଠାରେ ରହିଛି। ତାଙ୍କର ଏହି ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ସତର୍କ ରୁହନ୍ତୁ ସାବଧାନ ହୁଅନ୍ତୁ Part 63
ରାଉରକେଲା ବନଖଣ୍ଡ ଅଧୀନରେ ଯେଉଁଠି ବି ଜଙ୍ଗଲ ଜମିରେ ଅବୈଧ ମାଇନିଂ ହେଉଥିବ ସେ ଜାଗାରେ ଏକ୍ସନ ହବ । ରାଉରକେଲା ଡିଏଫଓ ସ୍ପଷ୍ଟ ବାର୍ତା । ଜଲଦା ରେ ଚାଲୁଥିବା ଅବୈଧ ପଥର ଖାଦାନ ଉପରେ ରେଡ଼ କରି ଟ୍ରାକ୍ଟର, ଜେସିବି, କଂପ୍ରେସର ଜବତ ପରେ ଡିଏଫଓ ଙ୍କ ସୂଚନା ।
ଶନିବାର ଦିନ ଦିଲ୍ଲୀରେ CJP ଆନ୍ଦୋଳନ ସମୟରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଚାରି ଜଣ ପୁରୁଷଙ୍କୁ ଗିରଫ କରାଯାଇଛି ସେମାନଙ୍କ ନାମହେଲା । ରମଣ ସୈନି (୫୦), ବିବେକାନନ୍ଦ ଓରଫ ବିବେକ (୩୨), କପିଲ କୁମାର (୨୭) ଏବଂ ରବିନ୍ଦର ସିଂହ ଓରଫ ଗୋବିନ୍ଦ ହିନ୍ଦୁ (୩୫) ଭାବରେ ଚିହ୍ନଟ କରାଯାଇଛି ବୋଲି ଦିଲ୍ଲୀ  ପୋଲିସ କହିଛି। ଏବଂ ଏହି ଚାରି ଜଣ ହିନ୍ଦୁ ରକ୍ଷା ଦଳର ସଦସ୍ୟ ବୋଲି ମଧ୍ୟ୍ୟ ଜଣେଇଛି ।

DDU ମାର୍ଗରେ ଏହି ବ୍ୟକ୍ତିମାନେ ମହିଳାଙ୍କୁ ଆକ୍ରମଣ ଏବଂ ମାଡ଼ ମାରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ଫଳରେ ଗିରଫଦାରୀ ହୋଇଥଛି ।
ରାଉରକେଲା ବନଖଣ୍ଡ ଅଧୀନରେ ଯେଉଁଠି ବି ଜଙ୍ଗଲ ଜମିରେ ଅବୈଧ ମାଇନିଂ ହେଉଥିବ ସେ ଜାଗାରେ ଏକ୍ସନ ହବ । ରାଉରକେଲା ଡିଏଫଓ ସ୍ପଷ୍ଟ ବାର୍ତା । ଜଲଦା ରେ ଚାଲୁଥିବା ଅବୈଧ ପଥର ଖାଦାନ ଉପରେ ରେଡ଼ କରି ଟ୍ରାକ୍ଟର, ଜେସିବି, କଂପ୍ରେସର ଜବତ ପରେ ଡିଏଫଓ ଙ୍କ ସୂଚନା । Part 10
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା

ଘାଟିକିଆ ଓ ଗାଡ଼କଣଠାରେ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

ଉପକୃତ ହେବେ ୧,୬୦୮ ପରିବାର

PMAY-Urban BANDHU” ଯୋଜନାରେ ଗାଡ଼କଣଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

କ୍ରୀଡ଼ା ଓ ସୁସ୍ଥତା ପାଇଁ ରାଜଧାନୀ ଓ ଆଖପାଖ ଅଞ୍ଚଳରେ ୧୨ଟି  ଅତ୍ୟାଧୁନିକ ଖେଳପଡ଼ିଆ ଉତ୍ସର୍ଗୀକୃତ

ସମାଜର ପ୍ରତ୍ୟେକ ବର୍ଗଙ୍କୁ ସୁରକ୍ଷା ଓ ସମ୍ମାନର ସହିତ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିବଦ୍ଧ – ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର
୧୩ ଅକ୍ଟୋବର ୨୦୨୬

ଆମେ ଏପରି ଏକ ଭୁବନେଶ୍ଵର ଗଢିବାକୁ ଚାହୁଁଛୁ, ଯେଉଁଠି ଗରିବ ପରିବାର ସମ୍ମାନର ସହ ରହି ପାରିବେ, ଶ୍ରମିକ ମାନେ ସୁଲଭ ଅବାସ ପାଇ ପାରିବେ, ଯୁବପିଢି ନିଜ ପ୍ରତିଭା ବିକଶିତ କରିପାରିବେ ଏବଂ ପ୍ରତ୍ୟେକ  ନାଗରିକ ସୁସ୍ଥ ଓ ଉନ୍ନତ ଜୀବନଯାପନ କରିପାରିବେ ବୋଲି  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ  ଆଜି ଘାଟିକିଆ ଠାରେ ସୁଲଭ ଆବାସିକ ପ୍ରକଳ୍ପ ଲୋକାର୍ପଣ ଅବସରରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଘାଟିକିଆଠାରେ  'ନୀଳକଣ୍ଠେଶ୍ୱର ନିବାସ' ଏବଂ ଗାଡ଼କଣଠାରେ  'ମୁକ୍ତେଶ୍ୱର ରେସିଡେନ୍ସି' ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପ   
 ଆଜି  ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି | ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ  ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି। 

ଏହି ଅବସରରେ ମୁଖ୍ୟମନ୍ତ୍ରୀ   କହିଛନ୍ତି ଯେ ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍‌ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି। ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। 

କେବଳ ଆବାସ ନୁହେଁ, ପିଲାମାନଙ୍କ କ୍ରୀଡ଼ା ପ୍ରତିଭା ବିକଶିତ କରିବା ଏବଂ ବରିଷ୍ଠ ନାଗରିକଙ୍କ ସୁସ୍ଥତା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ବିଡ଼ିଏ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିବା ୧୨ଟି
*ଗଣ୍ଠିର ଉନ୍ନତ ଯତ୍ନ ସହ ଭିତ୍ତିଭୂମି ଓ ରୋଗୀଙ୍କ ନିରାପତ୍ତାକୁ ନେଇ ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ପାଳିତ*

ରାଉରକେଲା ୧୨/୧୦, ଗଣ୍ଠି (ଜଏଣ୍ଟ)ର ଉନ୍ନତ ଯତ୍ନ ନେବା ସହ ଭିତ୍ତିଭୂମି ଏବଂ ରୋଗୀଙ୍କ ନିରାପତ୍ତାକୁ ନେଇ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ଅଡିଟୋରିୟମରେ ବିଶ୍ଵ ଆର୍ଥ୍ରାଇଟିସ୍ ଦିବସ ପାଳିତ ହୋଇଯାଇଛି। ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା, ବିଶେଷଜ୍ଞଙ୍କ ବିଶେଷଜ୍ଞତା, ସୁସଜ୍ଜିତ ଅପରେସନ୍ ଥିଏଟର ଏବଂ ସମନ୍ୱିତ ଯତ୍ନ ମାଧ୍ୟମରେ କିପରି ଗଣ୍ଠି ବାତ ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା ଏବଂ ଆରୋଗ୍ୟକୁ ଫଳପ୍ରଦ କରାଯାଇପାରିବ ତାହା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ। 
     ୧୯୯୬ରେ ପ୍ରଥମକରି "ବିଶ୍ଵ ଆର୍ଥ୍ରାଇଟିସ୍ ଦିବସ" ପାଳନ କରାଯାଇଥିବା ବେଳେ, ୨୦୨୬ ଅଭିଯାନର ଥିମ୍ ରହିଛି "Achieve your Dreams" (ଆପଣଙ୍କ ସ୍ବପ୍ନ ହାସଲ କରନ୍ତୁ)। ଏହି ପ୍ରୟାସ ମାଧ୍ୟମରେ ଲୋକଙ୍କୁ ଦୈନନ୍ଦିନ ଲକ୍ଷ୍ୟ ହାସଲ କରିବା ଉପରେ ଧ୍ୟାନ କେନ୍ଦ୍ରିତ ସହିତ ଆରାମରେ ଚାଲିବା ଠାରୁ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପର୍ଯ୍ୟନ୍ତ ଗୁରୁତ୍ୱ ଦେବା ପାଇଁ ବିଶେଷଜ୍ଞମାନେ ଗୁରୁତ୍ୱାରୋପ କରିଥିଲେ। 
     ରାଉରକେଲା ଆପୋଲୋ ହସ୍ପିଟାଲ୍ସ, ଏକ ମଲ୍ଟିସ୍ପେଶାଲିଟି ହସ୍ପିଟାଲ ମଧ୍ୟରେ ମଡ୍ୟୁଲାର୍ ଅପରେସନ୍ ଥିଏଟର, ଉନ୍ନତ ଡାଇଗ୍ନୋଷ୍ଟିକ୍ ଇମେଜିଂ, ଆନାସ୍ଥେସିଆ ସହାୟତା, କ୍ରିଟିକାଲ୍ କେୟାର ଏବଂ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା ସହ ସମନ୍ୱିତ ଭିତ୍ତିଭୂମି କ୍ଲିନିକାଲ୍ ମୂଲ୍ୟାୟନ, ସତର୍କତାର ସହିତ ଯୋଜନାବଦ୍ଧ ଚିକିତ୍ସା ଏବଂ ଆବଶ୍ୟକ ହେଲେ ଅତିରିକ୍ତ  ବିଶେଷଜ୍ଞ ଡାକ୍ତରଙ୍କ ମାଧ୍ୟମରେ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହିତ ରୋଗୀର ସୁରକ୍ଷା ଓ ଯତ୍ନ ଉପରେ ଧ୍ୟାନ ରଖିବା ସହ ଅସ୍ତ୍ରୋପଚାର ପୂର୍ବ ମୂଲ୍ୟାୟନ, ଶଲ୍ୟଚିକିତ୍ସା ଯାଞ୍ଚ, ସଂକ୍ରମଣ ପ୍ରତିରୋଧ, ମନିଟରିଂ ଏବଂ ପରବର୍ତ୍ତୀ ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଛି।  ରୋଗୀଙ୍କୁ ଆରୋଗ୍ୟ କରିବାରେ ସାହାଯ୍ୟ କରିବା ପାଇଁ ନର୍ସିଂ ସହାୟତା, ଯନ୍ତ୍ରଣା ପରିଚାଳନା, ପୁନର୍ବାସ ମାର୍ଗଦର୍ଶନ ଏବଂ ଅନୁସରଣ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି ବିଶ୍ଵ ଆର୍ଥ୍ରାଇଟିସ୍ ଦିବସରେ ବିଶେଷଜ୍ଞମାନେ ମତ ଦେଇଥିଲେ।
        ବିଶ୍ବ ଆର୍ଥ୍ରାଇଟିସ୍ ଦିବସରେ ରାଉରକେଲା ଆପୋଲୋ ହସ୍ପିଟାଲ୍ସର ସିନିୟର କନସଲଟାଣ୍ଟ, ଅସ୍ଥିଶଲ୍ୟ ଏବଂ କ୍ରୀଡା ଜନିତ ଆଘାତ ବିଶେଷଜ୍ଞ ଡାକ୍ତର ବରୁଣ କୁମାର ପଟେଲ, ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ବରିଷ୍ଠ ପରାମର୍ଶଦାତା ଡକ୍ଟର ସୁମନ୍ତ କୁମାର ସେନାପତି ଏବଂ ଆପୋଲୋ ହସ୍ପିଟାଲର ଡାକ୍ତରୀ ସେବା ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପଟ୍ଟନାୟକ, କହିଥିଲେ ଯେ, ରୋଗର ପ୍ରାରମ୍ଭିକ ଚିହ୍ନଟ ଓ ପ୍ରାରମ୍ଭିକ ଚିକିତ୍ସା ସହିତ ଗଣ୍ଠି ବାତକୁ ରୋକାଯାଇ ପାରିବ।  ପ୍ରତ୍ୟେକ ପର୍ଯ୍ୟାୟରେ ରୋଗୀଙ୍କ ସୁରକ୍ଷା ସହିତ ସମନ୍ୱୟପୂର୍ଣ୍ଣ ଯତ୍ନ ମାଧ୍ୟମରେ ଏହି ଆର୍ଥ୍ରାଇଟିସ୍ ରୋଗକୁ ରୋକାଯାଇ ପାରିବ। 
     ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଗଣ୍ଠି ଯନ୍ତ୍ରଣା ପ୍ରତି ସମୟୋଚିତ ଧ୍ୟାନ ଦେବାର ଗୁରୁତ୍ୱ ଏବଂ ରୋଗ ନିର୍ଣ୍ଣୟ ଠାରୁ ଆରୋଗ୍ୟ ପର୍ଯ୍ୟନ୍ତ ବ୍ୟାପକ ହସ୍ପିଟାଲ ସହାୟତାର ମୂଲ୍ୟକୁ ଗୁରୁତ୍ଵ ଦିଆଯାଇଛି।
ରାଉରକେଲାରୁ ସ୍ୱପ୍ନା ଦାସଙ୍କ ରିପୋର୍ଟ ଓଡିଶା ସିଟି ନିୟୁଜ
Video 10
<nis:link nis:type=tag nis:id=ଭିଜିଲାନ୍ସ_ଜାଲରେ_କୋଟିପତି_ଏବିଇଓ nis:value=ଭିଜିଲାନ୍ସ_ଜାଲରେ_କୋଟିପତି_ଏବିଇଓ nis:enabled=true nis:link/> 
- ଆୟ ବହିର୍ଭୂତ ସମ୍ପତ୍ତି  ଠୁଳ କରିଥିବା ଅଭିଯୋଗରେ ଯାଜପୁର ଜିଲ୍ଲା ଧର୍ମଶାଳାର ଏବିଇଓ (ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ) ଜୟଦେବ ଜେନାଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଓଡ଼ିଶା ଭିଜିଲାନ୍ସ
- ତାଙ୍କ ଆୟର ଉତ୍ସ ତୁଳନାରେ ଅଧିକ ସମ୍ପତ୍ତି ଥିବା ଅଭିଯୋଗରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ବ୍ରହ୍ମପୁରଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ କରାଯାଉଛି
- ୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି
- ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି
<nis:link nis:type=tag nis:id=crime nis:value=crime nis:enabled=true nis:link/> <nis:link nis:type=tag nis:id=dagara nis:value=Dagara nis:enabled=true nis:link/> <nis:link nis:type=tag nis:id=crimenews nis:value=CrimeNews nis:enabled=true nis:link/> <nis:link nis:type=tag nis:id=corruption nis:value=Corruption nis:enabled=true nis:link/> <nis:link nis:type=tag nis:id=education nis:value=education nis:enabled=true nis:link/> <nis:link nis:type=tag nis:id=vigilance nis:value=vigilance nis:enabled=true nis:link/> <nis:link nis:type=tag nis:id=odishanews nis:value=OdishaNews nis:enabled=true nis:link/>

ODISHA VIGILANCE LAUNCHES DA SEARCHES AT 7 LOCATIONS OF ABEO, DHARMASALA, JAJPUR ON THE ALLEGED POSSESSION OF DA*. 

Today i.e on 12.10.2026, on the allegation of possession of disproportionate assets( DA) by  Jayadev Jena, ABEO, Dharmasala, Jajpur beyond his known sources of income, simultaneous house searches are being conducted by Odisha Vigilance led by 3 Addl SPs, 4 DSPs, 9 Inspectors, and other supporting staff on the strength of search warrants issued by the Hon'ble Special Judge, Vigilance,  Brahmapur at his following places in Bhubaneswar, Ganjam, Jajpur. 👇

 1) Triple storeyed building at Patrapada, Bhubaneswar.

2) Double storeyed building at P. Nuagaon, Ganjam.

 3)  Another building at P.Nuagaon, Ganjam

 4) House of his relative at Burujhari, Ganjam,

 5) House of his relative at Janani Vihar, Khandagiri, Bhubaneswar. 

6) Rented residential house at Jarka, Jajpur

 7) Office chamber at Jarka, Jajpur.

Searches continuing. Further report follows.
*ପୁରୀ ଜିଲ୍ଲାର ହେବ କାୟାକଳ୍ପ* 
*ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ*

*ବଦଳିବ ଶ୍ରୀକ୍ଷେତ୍ରର ଚେହେରା: ବ୍ରିଜ୍‌, ବେଳାଭୂମି ଓ ମନ୍ଦିର* 
*ସୌନ୍ଦର୍ଯ୍ୟକରଣର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ*

*ଶ୍ରୀ ଜଗନ୍ନାଥ ବିମାନବନ୍ଦର ଓ ରଘୁନନ୍ଦନ* 
*ପାଠାଗାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆଲୋଚନା*

*ଶ୍ରୀକ୍ଷେତ୍ରର ପ୍ରତ୍ୟେକ ବିକାଶ କାର୍ଯ୍ୟରେ ସ୍ଥାନୀୟ ସେବାୟତ* 
*ଓ ନାଗରିକଙ୍କୁ ମିଳିବ ପ୍ରାଥମିକତା*

*ଶ୍ରୀ ସେତୁ ନିକଟରେ ଥଇଥାନ ହେବେ* 
*ବଡଦାଣ୍ଡ ଉଠା ଦୋକାନୀ*

*ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ଓଡ଼ିଶାର ଅସ୍ମିତା* 
*ଓ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ର,* 

*ସ୍ଥାନୀୟ ନାଗରିକଙ୍କ ଆବଶ୍ୟକତାକୁ ସୁରକ୍ଷିତ ରଖି* 
*ସମସ୍ତ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ*

ଲୋକସେବା ଭବନଠାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। 

ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ଓ ପର୍ଯ୍ୟଟନ ସହର ଭାବେ ଗଢ଼ିତୋଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ଏବଂ ସେବାୟତମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଥିବା ଏହି ବୈଠକରୁ ପ୍ରକାଶ ପାଇଛି।

ଏହି ସମୀକ୍ଷା ବୈଠକରେ ଶ୍ରୀ ଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀ ଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମହାପ୍ରସାଦ ରନ୍ଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀ ସେତୁ ନିକଟରେ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ସମେତ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠ ଏବଂ କାକଟପୁରର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରାଯିବା ସହ ବକୁଳବନର ପୁନରୁଦ୍ଧାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍‌ର ପୁନଃନିର୍ମାଣ, ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ, ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ 'ସାଗର ବିଜେ' ନୀତିର ସୁପରିଚାଳନା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ଯୋଗାଯୋଗ ଓ ଭିତ୍ତିଭୂମି କ୍ଷେତ୍ରରେ ପୁରୀରୁ ବ୍ରହ୍ମଗିରି, ପୁରୀରୁ କୋଣାର୍କ ଏବଂ ପୁରୀ-ଭୁବନେଶ୍ୱର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଏହାବ୍ୟତୀତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଏବଂ କୋଣାର୍କ ମନ୍ଦିର ସଂଲଗ୍ନ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକୁ କୌଣସି ଅବହେଳା ନକରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ହେବ। 

ପୁରୀ ସହରର ଗୌରବ ଓ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଜୀବିକାର ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ବିଶେଷ ସଂବେଦନଶୀଳତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ପୁରୀ କେବଳ ଏକ ଜିଲ୍ଲା ନୁହେଁ, ଏହା ସମଗ୍ର ଓଡ଼ିଶାର ଅସ୍ମିତା ଓ ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର କେନ୍ଦ୍ର। ତେଣୁ ଶ୍ରୀକ୍ଷେତ୍ରର ସମସ୍ତ ବିକାଶମୂଳକ ପ୍ରକଳ୍ପକୁ ବାସ୍ତବରେ ବିଶ୍ୱସ୍ତରୀୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ସ୍ଥାନୀୟ ସେବାୟତ, ବ୍ୟବସାୟୀ ଏବଂ ଆବାସିକ ନାଗରିକଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବ, ସେଥିପ୍ରତି ପ୍ରଶାସନ ସଜାଗ ରହିବା ଜରୁରୀ। ପ୍ରତ୍ୟେକଟି ଯୋଜନାର ଶେଷ ଫଳପ୍ରଦତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସଂପୃକ୍ତ ଅଧିକାରୀମାନଙ୍କୁ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ପ୍ରକଳ୍ପ କାର୍ଯ୍ୟକାରିତାରେ କୌଣସି ପ୍ରକାରର ଅବହେଳା, ବିଳମ୍ବ କିମ୍ବା ଅନିୟମିତତାକୁ ଆଦୌ ସହ୍ୟ କରାଯିବ ନାହିଁ।  ସମସ୍ତ ବିଭାଗୀୟ ଅଫିସର, ଜିଲ୍ଲାପାଳ ଓ ଏସ.ପି.ଙ୍କୁ କ୍ଷେତ୍ରସ୍ତରରେ ନିଜେ ତଦାରଖ କରି ନିର୍ଦ୍ଧାରିତ ସମୟସୀମା (time-bound execution) ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଯୋଜନାଗୁଡ଼ିକ ଯେପରି କେବଳ କାଗଜପତ୍ରରେ ସୀମିତ ନରହି ପ୍ରତ୍ୟକ୍ଷ ଭାବେ ପୁରୀବାସୀଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅଭିବୃଦ୍ଧିରେ ସହାୟକ ହେବ, ସେହି ନିଷ୍ଠା ଓ ଦାୟିତ୍ୱବୋଧର ସହ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ , ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂହ , ମୁଖ୍ୟମନ୍ତ୍ରୀଙ୍କ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର , ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂ  ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 13
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 10
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 9
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 15
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 12
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 11
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 17
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 14
ପଶ୍ଚିମ ଓଡିଶା ସଂସ୍କୃତି ପରିଷଦ ପକ୍ଷରୁ ନାଚିଲେ ଗାଇଲେ ମଉଜ ମନାଇଲେ କାର୍ଯ୍ୟକ୍ରମ Part 16
ରାଉରକେଲା ଆଜି ତା ୧୧. ୧୦. ୨୦୨୬ରିଖ ରବିବାର ଦିବା ୧୦ଘଟିକା ସମୟରେ ଗୋଲଘର ମୁଖିବସ୍ତି ଠାରେ ମୂଳ ନିବାସୀ କାରୁଆ ସମାଜ ର କାର୍ଯ୍ୟାଳୟ ଓ ବୈଠକ ଗୃହ ରଘୁନାଥପଲ୍ଲୀ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଙ୍କ କରକମଳରେ ଉଦଘାଟିତ ହୋଇ ଯାଇଛି, ଏଥି ସହିତ ଏହି କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ତନ୍ତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ କାରୁଆ ସମାଜର ଭାଇ, ଭଉଣୀ ଓ ମା ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସମ୍ମତି ପ୍ରଦାନ କରିବା ସହିତ, ପାଇଖାନା ଗୃହ ଏବଂ ଏହି ବସ୍ତି ବାସିନ୍ଦାଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମକରିବାକୁ ପ୍ରତିଶୃତି ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ସଂଘର ମୁଖ୍ୟ ଉପଦେଷ୍ଟା ମୋହନ ପାଣି କାରୁଆ, ଶ୍ରୀମତୀ ଭବାନୀ କାରୁଆ,ସଭାପତି ଜୀବନ କାରୁଆ, ସାଧାରଣ ସମ୍ପାଦିକା ଲଳିତା ବେହେରା, ସ୍ୱାଗତ ଭାଷଣ ଦେଇଥିଲେ, ସମ୍ମାନିତ ଅତିଥିଭାବେ ଡ଼ ସୁମନ ଦତ୍ତ, ସି ଡବ୍ଲୁ ସି ର ସଦସ୍ୟ ଆଡ଼ଭୋକେଟ ପ୍ରଦୀପ ହାଁସଦା,ଏହି ଅଂଚଳର ସମାଜସେବୀ ଓ ଶ୍ରମିକନେତା ଦିଗମ୍ବର ମହାନ୍ତିଅଭିଭାଷଣ ରଖିଥିଲେ ,ଡ଼ ରଶ୍ମି ମହାନ୍ତି, ଡ଼ ରୋଜ଼ା ନାୟକ ଆପୋଲୋ ହସ୍ପିଟାଲ ର ସହାୟତାରେ ବସ୍ତି ଅଂଚଳ ବାସୀଙ୍କ ମୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ,ନମ୍ରତା ବାଗ, ତରୁଣ ତନ୍ତୀ,ମକରଧ୍ବଜମୁଖୀ,ଦିଲ୍ଲୀପ ମୁଖୀ ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ସଂଜିତଲାଲ ମୁଖୀ ଧନ୍ୟବାଦ ଦେଇଥିଲେ
ହେବ ରଙ୍ଗୀନ! ନବରାତ୍ରୀ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ!

ରାଉରକେଲା :ଆଭିଷ୍କାର ଏଣ୍ଟରଟେନମେଣ୍ଟ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଏ ବର୍ଷର ସବୁଠୁ ବଡ଼ ଡାଣ୍ଡିୟା ଉତ୍ସବ -ରାସ୍ ରଙ୍ଗୀଲୋ ଡାଣ୍ଡିୟା 2026
ଏହି ଅବସରରେ ରାଉରକେଲା କ୍ଲବ୍ ଠାରେ ଏକ ପ୍ରେସ୍ ମିଟ୍ ଅନୁଷ୍ଠିତ ହୋଇଥିଲା। ଏହି ପ୍ରେସ୍ ମିଟ୍ ରେ ଆୟୋଜକମାନେ ଏ ବର୍ଷର ମୁଖ୍ୟ ଆକର୍ଷଣ ବିଷୟରେ ସୂଚନା ଦେଇଥିଲେ।

ଏ ବର୍ଷ ରାଉରକେଲାକୁ ଆସୁଛନ୍ତି ଡାଣ୍ଡିୟା କିଙ୍ଗ୍ **ଜାଲା ବନରାଜସିଂହ ଭରତସିଂହ**। ତାଙ୍କ ଦମଦାର୍ ପରଫରମାନ୍ସ ରେ ଝୁମିବ ପୁରା ରାଉରକେଲା।
ଏହି ଭବ୍ୟ ଆୟୋଜନକୁ ସହଯୋଗ କରୁଛନ୍ତି - ଡାଉନ୍ ଟାଉନ୍ କାଫେ, ଜିଏସ୍ କନଷ୍ଟ୍ରକସନ୍, ଲାଲଜୀ ମେନ୍ସ ସଲୁନ୍, ବି ବୋନିଟା ଜୁଏଲସ୍ ଏବଂ ଅନ୍ୟ ଅନେକ ସ୍ପନସର୍।

ଏହି ଇଭେଣ୍ଟର ମିଡିଆ ପାର୍ଟନର ଅଛନ୍ତି **ରାଉରକେଲା ଟିପ୍ସ**।

ତ ପ୍ରସ୍ତୁତ ହୋଇଯାଆନ୍ତୁ, ରଙ୍ଗ, ରାସ୍ ଏବଂ ଡାଣ୍ଡିୟାର ଏକ ଅନୋଖା ସନ୍ଧ୍ୟା ପାଇଁ!