ଅନୁଗୋଳ ବନଖଣ୍ଡରେ ବ୍ୟାପକ କମ୍ବିଂ ଅପରେସନ୍, ଜଙ୍ଗଲ ସୁରକ୍ଷା ପାଇଁ ଏକାଠି ହେଲେ ବନ କର୍ମଚାରୀ ଓ ଗଜମିତ୍ର
#newsodiaodisha #public #farestdipartment#anugul
ଅନୁଗୋଳ: ଜଙ୍ଗଲ ସୁରକ୍ଷା ଓ ବନ୍ୟଜନ୍ତୁଙ୍କ ସଂରକ୍ଷଣକୁ ଗୁରୁତ୍ୱ ଦେଇ ଅନୁଗୋଳ ବନଖଣ୍ଡ ପକ୍ଷରୁ ସମସ୍ତ ରେଞ୍ଜରେ ଏକ ବ୍ୟାପକ ମିଳିତ କମ୍ବିଂ ଅପରେସନ୍ ଆୟୋଜନ କରାଯାଇଛି। ଡିଭିଜନାଲ ଫରେଷ୍ଟ ଅଫିସର (DFO)ଙ୍କ ମାର୍ଗଦର୍ଶନରେ ଏହି ଅଭିଯାନ ଅନୁଷ୍ଠିତ ହୋଇଥିଲା।
ଏଥିରେ ବନ ଅଧିକାରୀ, ବନ କର୍ମଚାରୀ, ସ୍କ୍ୱାଡ୍ ସଦସ୍ୟ, ଗଜମିତ୍ରଙ୍କ ସହ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର କର୍ମଚାରୀମାନେ ସାମିଲ ହୋଇଥିଲେ।
ଜଙ୍ଗଲରେ ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବନ୍ୟଜନ୍ତୁ ଶିକାର ରୋକିବା, ବେଆଇନ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ଏବଂ ସମ୍ବେଦନଶୀଳ ଜଙ୍ଗଲ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଦୁଇ ବନଖଣ୍ଡର ମିଳିତ ପ୍ରୟାସକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।