🚨 ଜିରାଳ ସେକ୍ସନରେ ବନ ବିଭାଗର ଚଢ଼ାଉ! ଲେଟେରାଇଟ୍ ପଥର ବୋଝେଇ ଟ୍ରକ୍ ଜବତ 🚨
📍 ଭୁବନ, ଢେଙ୍କାନାଳ | ୧୩ ନଭେମ୍ବର
ବେଆଇନ ପଥର ପରିବହନ ଉପରେ ବନ ବିଭାଗର କଡ଼ା ନଜର! ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧୀନ ଜିରାଳ ସେକ୍ସନରେ ଚଢ଼ାଉ କରି ଲେଟେରାଇଟ୍ ପଥର ବୋଝେଇ ଏକ ଟ୍ରକ୍ ଜବତ କରିଛି ବନ ବିଭାଗ।
ରେଞ୍ଜର ରାକେଶ କୁମାର ଦଳେଇ ଓ ବନପାଳ କବିତା ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ଟ୍ରକ୍ର କାଗଜପତ୍ର ଓ ପଥର ପରିବହନ ଅନୁମତି ଯାଞ୍ଚ ପରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।
👉 ପଥର ପରିବହନ ପଛରେ କ'ଣ ରହିଛି ସତ୍ୟ? ତଦନ୍ତ ପରେ ସାମ୍ନାକୁ ଆସିବ ପ୍ରକୃତ ତଥ୍ୟ।
📢 ଆପଣଙ୍କ ଅଞ୍ଚଳରେ ମଧ୍ୟ ବେଆଇନ ପଥର ଖନନ ଓ ପରିବହନ ହେଉଛି କି? ମତାମତ ଦିଅନ୍ତୁ।
📰 ସୌଜନ୍ୟ: ନିଉଜ ଓଡ଼ିଆ ଓଡିଶା , ଭୁବନ, ଢେଙ୍କାନାଳ।
#newsodiaodisha #public
#Bhuban #DhenkanalNews #ForestDepartment JiralSection LateriteStone TruckSeized OdishaNews BreakingNews