ଜଗତପୁର: ଗୋବିନ୍ଦପୁର ଛକ ନିକଟ ରାସ୍ତା କଡ ପୋଖରୀ ପାର୍ଶ୍ୱରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ କଲା ବାରଙ୍ଗ ପୋଲିସ
ବୁଧବାର ବାରଙ୍ଗ ଥାନା ଅଞ୍ଚଳର ଜନ ଗହଳି ପୂର୍ଣ୍ଣ ରାସ୍ତା କଡ ପୋଖରୀ ନିକଟରେ ଏକ ଅଜଣା ଶବ ପଡି ରହି ଥିବା ଦେଖିବାକୁ ମିଳିଛି। ମୃତ ଶବର ପରିଚୟ ମିଳି ପାରି ନଥିବା ବେଳେ ପୋଲିସ ମୃତ ଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ମୃତ ଦେହ ପଡ଼ି ରହିଥିବା ବୁଧବାର ସନ୍ଧ୍ୟା ୫ଟାରେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପ୍ରଘଟ ହେବାରେ ସେଠାରେ ଲୋକଙ୍କ ଭିଡ ଜମିବାକୁ ଲାଗି ଥିଲା।ଉକ୍ତ ଶବଟି ଏକ ପୁରୁଷର ବୋଲି ଜଣାପଡିଛି। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।