ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ସରକାରୀ ଜମିରେ ଦୋକାନ କରିବାକୁ ନେଇ ରବିବାର ଅପରାହ୍ନ ୪ଟାରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଛି ।ମଧୁବନ ଗ୍ରାମର ଲିକୁନ ରାଉତ(୨୫) ନାମକ ଯୁବକ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ଼ ସରକାରୀ ଜମିରେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ବୁଧବାର ୪ଟାରେ ଉକ୍ତ ଗ୍ରାମର ଶଙ୍କର ରାଉଳ ଓ ତାର ସହଯୋଗୀ ମାନେ ଆସି ଲିକୁନ କରିଥିବା ଦୋକାନ କଡ଼ରେ ଦୋକାନ କରିବା ନେଇ ବାଉଁଶ ପୋତି ଥିଲେ, ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା।