ବାରଙ୍ଗ ଥାନା ଅନ୍ତର୍ଗତ ନେତଲ ଗ୍ରାମ ନିକଟସ୍ଥ ରେଳ ଧାରଣା ମଝିରୁ ଜଣେ ଯୁବକର କ୍ଷତବିକ୍ଷତ ମୃତ ଦେହକୁ ବାରଙ୍ଗ ରେଳବାଇ ପୁଲିସ ମଙ୍ଗଳବାର ଦିନ ୪ଟାରେ ଉଦ୍ଧାର କରିଛି । ମୃତ ଯୁବକ ଜଣକ ହେଉଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ହଇରାଜପୁର ଗ୍ରାମର ଶ୍ରବଣ କୁମାର ସାହୁ(୨୫) ଓରଫ ପିଣ୍ଟୁ। ପିଣ୍ଟୁ କିଛିଦିନ ହେବ ଚନ୍ଦକା ଥାନାରେ ଗାଡ଼ି ଡ୍ରାଇଭର ଭାବରେ ନିୟୋଜିତ ଥିଲେ। ଏହା ଆତ୍ମହତ୍ୟା କି ହତ୍ୟା କାରଣ ଅସ୍ପଷ୍ଟ ରହିଥିବାବେଳେ ଜିଆରପି ପୋଲିସର ତଦନ୍ତ ଆରମ୍ଭ କରିଛି।