ପ୍ରଥମ ଜିଲ୍ଲା ସ୍ତରୀୟ କୃଷକ ଉତ୍ପାଦକ ସଂଗଠନଙ୍କର ତାଲିମ ଶିବିର ଅନୁଷ୍ଠିତ l
ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହ ଠାରେ ବୌଦ୍ଧ ଜିଲ୍ଲାର ସମସ୍ତ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ନିର୍ଦ୍ଦେଶକ ଓ ସି ଇ ଓ ମାନଙ୍କୁ ନେଇ ପ୍ରଥମ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅଗ୍ରୋ ପଳିଟେକନିକ ନିର୍ଦ୍ଦେଶକ ପ୍ରଫେସର ମହାମାୟା ପ୍ରସାଦ ନାୟକ ଯୋଗଦେଇ ଉଦଘାଟନ କରିଥିଲେ l କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାସଙ୍କ ସଂଯୋଜନାରେ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଦିଲ୍ଲୀପ କୁମାର କବିରାଜ,ଉଦ୍ୟାନ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ବିଶ୍ୱାସ, ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଡୁନ ବାସ୍କୋ,ଏନ ଏଚ ଆର ଡ଼ି ଏଫ ତାଲିମ ଦାତା ରଂଜିତ କୁମାର ଦାଶ, ଜିଲ୍ଲା ଶିଳ୍ପ କେନ୍ଦ୍ର ଶୁଭେନ୍ଧୁ ଶେଖର ସାହୁ, ବ୍ଲକ କୃଷି ଅଧିକାରୀ ରାଜେଶ କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇଥିବାବେଳେ ଓଡିଶା କୃଷି ବିଶ୍ୱ ବିଦ୍ୟାଳୟ ଏଫ ପି ଓ ସମ୍ପ୍ରସାରଣ ମାଧ୍ୟମରେ ଯୁଗ୍ମ ନିର୍ଦ୍ଦେଶିକା ଡ଼ ସର୍ବାଣି ଦାସଙ୍କ ସଂଯୋଜନାରେ ଓୟୁଏଟି ଡିନ ସମ୍ପ୍ରସାରଣ ଡା ସୁଶାନ୍ତ କୁମାର ସ୍ୱାଇଁଙ୍କ ଉପସ୍ଥିତରେ କମ୍ପାନୀ ସେକ୍ରେଟାରୀ ସୁନିଲ କୁମାର ଦେଓ ଅନଲାଇନ ମଧ୍ୟରେ ତାଲିମ ପ୍ରଦାନ କରିଥିଲେ l ଏହାପରେ ଜିଲ୍ଲା ସ୍ତରରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଫେଡେରେସନ ସଭାପତି ରାଜ କିଶୋର ଅଗ୍ରୱାଲ, ସମ୍ପାଦକ କୃତ୍ତିବାସ ପଲିଆ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଖଟୁଆ, ମଞ୍ଜୁଲତା ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲା l ଆଲୋଚନା ପ୍ରକାରେ ସମସ୍ତ ବିଭାଗିୟ ଅଧିକାରୀ ମାନେ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ସମସ୍ତ କାର୍ଯ୍ୟ ଅଗ୍ରାଧିକାର ଭିତରେ କରିବା ପାଇଁ ଅନୁରୋଧ କରାଯାଇଥିଲା l ଭାରତୀୟ କିସାନ ସଂଘ ବୌଦ୍ଧ ଜିଲ୍ଲା ସଭାପତି ଭୋଳାଗିରି ସାହୁ ଓ ଜିଲ୍ଲା ସଂଯୋଜକ ବିଶିକେସନ ପ୍ରଧାନ ଯୋଗଦେଇ ବୌଦ୍ଧ ଜିଲ୍ଲାର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଯଥା ଜଳ ସେଚନ ନିମନ୍ତେ ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକର ସାଲୁଙ୍କି ନଦୀର ଗୁରୁଜୀମୁଣ୍ଡା, କଣ୍ଟାମାଳ ବ୍ଲକ ଖଡ଼ଙ୍ଗ ନଦୀର ସାଡେଙ୍ଗ ଓ ହରଭଙ୍ଗା ବ୍ଲକ ଟିଟିଙ୍ଗାପଡା ଠାରେ ନଦୀବନ୍ଧ ଯୋଜନା କରିବା ପାଇଁ ଡବଲ ଇଂଜିନ ସରକାର ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି l ଏଣୁ ଆସନ୍ତା 12 ତାରିଖ ବୌଦ୍ଧ ମାଉସୀ ମା ମନ୍ଦିର ଠାରେ ପ୍ରସ୍ତୁତି ବୈଠକରେ ଯୋଗ ଦେବାକୁ ଏଫ ପି ଓ ଫେଡେରେସନର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ l ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ଗୃହ ବିଜ୍ଞାନୀ ଡ଼ ସସ୍ମିତା ପାଳ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅନ୍ୟତମ କୃଷି ବୈଜ୍ଞାନିକ ଡ. ମୟୂରୀ ସିଂ ସର୍ଦାର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ
#Boudh #KVK #FPO #OdishaAgriculture #OUAT #FarmerEmpowerment #AgriTraining