ନମ୍ରତା ଫାଉଣ୍ଡେସନ୍ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଆଜି ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଲଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନମ୍ରତା ଫାଉଣ୍ଡେସନ ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଲୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ସକାଳ ୧୦ଘ. ରୁ ଆରମ୍ଭ ହୋଇ ୧.୦୦ଘ ରେ ଶେଷ ହୋଇଥିଲା,ଏହି ଶିବିରରେ ଲଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଏବଂ ଆଖ ପାଖ ଅଞ୍ଚଳ ର ଅନେକ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିବା ସହ ସୁଲଭ ମୂଲ୍ୟରେ ଚଷମା ନେଇଥିଲେ ଓ ଯେଉଁ ରୋଗୀ ମାନଙ୍କର ମତିଆ ବିନ୍ଦୁ ଅପରେସନ ଦରକାର ଥିଲା ତାଙ୍କୁ ପଣ୍ଡାପାଲି ହସ୍ପିଟାଲ କୁ ନିଆଯଇଛି,ସର୍ବୋମୋଟ ୮୭ ଜଣ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୭ ଜଣକୁ ସୁଲଭ ମୂଲ୍ୟରେ ଚଷମା ପ୍ରଦାନ କରାଯଇଥିଲା ଏବଂ ୧୪ ଜଣକୁ ମୋତିଆ ବିନ୍ଦୁ ଚିହ୍ନଟ କରି ଅପରେସନ ପାଇଁ ନିଆଯାଇଥିଲା ,ଏହି ଶିବର ରେ ନମ୍ରତା ଫାଉଣ୍ଡେସନ ର ପ୍ରତିଷ୍ଠାତା ମହେନ୍ଦ୍ର ମହାକୁଳ, ସକ୍ରିୟ ସଦସ୍ୟ ଗଗନ ଦାସ, ଲଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାରତୀ ପୁରୋହିତ ଓ ମହାନଦୀ ନେତ୍ର ଚିକିତ୍ସାଲୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ