ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା
କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଶୋଭାଯାତ୍ରା ଗାନ୍ଧୀ ଛକରୁ ବାହାରି ସହର ପରିକ୍ରମା କରିବା ସହ ବାଘଗୁଡ଼ା ଛକଠାରେ ପହଞ୍ଚିଥିଲା। ସେଠାରେ କଂଗ୍ରେସ ନେତା ଓ କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରିଥିଲେ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଅନେକ ବରିଷ୍ଠ ନେତା, ଯୁବ କର୍ମୀ ଓ ମହିଳା କର୍ମୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
ଦେବରାଜ ପଟ୍ଟନାୟକ, ଫୁଲବାଣୀ ଯୁବ ସଭାପତି ସୁଶାନ୍ତ ବିଶ୍ୱାଳ, ପ୍ରଦୀପ ମହାନନ୍ଦ, ତପନ ରାଉତରାୟ, ପ୍ରିୟବ୍ରତ ଦେହୁରୀ, ସୁଦର୍ଶନ ମହାକୁଳ, ରଘୁନାଥ ପାଳିଆ, ସୁଶାନ୍ତ ମଲ୍ଲିକ, ପ୍ରତ୍ୟୁଷ ମହାନନ୍ଦ, ସିଦ୍ଧେଶ୍ୱର ଗିରି, ଏବଂ ଅବଦୁଲ କାଲିମ ଖାଁ।
#BoudhCongress #Protest #MashalRally #INC #OdishaCongress #boudhanath_stupa