ବି ଇ ଓ ଙ୍କୁ ସ୍ୱାଗତ ଜଣାଇଲା ପ୍ରାଥମିକ ଶିକ୍ଷକ ସଂଘ
ବୌଦ୍ଧ ଜିଲ୍ଲା ବୌଦ୍ଧ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଗତ ତା ୨୯/୯/୨୦୨୬ରିଖ ରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗ ଦେଇଥିବା ଶ୍ରୀଯୁକ୍ତ କେଶବ ମଲ୍ଲିକଙ୍କୁ ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ( ନୂତନ ପେନସନ ଯୋଜନା ଭୁକ୍ତ ) ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇ ଅଛି l ସଙ୍ଘର ସଭାପତି ରାଜକୁମାର ପ୍ରଧାନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶମ୍ଭୁଗିରି, ଉପଦେଷ୍ଟା ହୃଦାନନ୍ଦ ପ୍ରଧାନ, ସକ୍ରିୟ ସଦସ୍ୟ ନିରଞ୍ଜନ ମେହେର, ସୁଶାନ୍ତ କୁମାର ସାହୁ, ସନତ କୁମାର ବାରିକ, ତୋଷଣ କୁମାର ମହାକୁଡ଼, ଅନାଦି ବେହେରା,ପ୍ରକାଶ ଚନ୍ଦ୍ର ମଲ୍ଲିକ, ରାଜେଶ ପାତ୍ର, ସ୍ମରଜିତ ପ୍ରଧାନ, ରତିକାନ୍ତ ଜଟି ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିବା ସହିତ ଶିକ୍ଷକ ମାନଙ୍କର ବିଭିନ୍ନ ଆବଶ୍ୟକୀୟ କାର୍ଯ୍ୟ ଓ ଅସୁବିଧା ଗୁଡିକ ଆଲୋଚନା କରିଥିଲେ l ବ୍ଲକରେ ଗ୍ରେଡେସନ କାର୍ଯ୍ୟ ଚାଲୁରହିଥିବାରୁ ଲେବେଲ ୩, ଲେବେଲ ୪ ଓ ଲେବେଲ ୫ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସର୍ଭିସ ବହି ଅଫ ଡେଟ କରିବା, ଏଚ ଆର ଏମ ଏସ ଅଫ ଡେଟ କରିବା, ଗଣଶିକ୍ଷକଙ୍କ ଦରମା ଦେବାରେ ବିଳମ୍ବ ହେଉଥିବାରୁ ଠିକ ସମୟରେ ଦରମା ଦେବା, ଲେବେଲ ୫ଏ ରୁ ବି କୁ ପଦୋନ୍ନତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ l ବି ଇ ଓ ଶ୍ରୀ ମଲ୍ଲିକ ମହୋଦୟ ଉକ୍ତ ଆଲୋଚନାରେ ଅଂଶ ଗ୍ରହଣ କରି ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ
#Boudh #BEO #PrimaryTeachersAssociation #OdishaEducation #TeacherWelfare #Boudhnews