ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ଲାଗିବ ନବାନ୍ନ, ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ବୌଦ୍ଧଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନବାନ୍ନ ଲାଗି ନିମନ୍ତେ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି।
ଶୁଭ ଲଗ୍ନ ଓ ସମୟ:
ତାରିଖ: ଆସନ୍ତା ୧୫ ତାରିଖ (ମଙ୍ଗଳବାର)
ତିଥି: ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ
ସମୟ: ସକାଳ ୮:୪୫ ରୁ ୧୦:୧୫ ମଧ୍ୟରେ
ପଣ୍ଡିତ ମଣ୍ଡଳୀଙ୍କ ଗଣନା ଅନୁସାରେ ନିର୍ଦ୍ଧାରିତ ସମୟରେ ମା’ ଭୈରବୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ଠାରେ ଅର୍ପଣ କରାଯିବ। ଏହାପରେ ଜନସାଧାରଣ ନିଜ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଚଢ଼ାଇ ନିଜେ ଗ୍ରହଣ କରିବେ। ଏହି ଲଗ୍ନ ନିର୍ଦ୍ଧାରଣ ସଭାରେ ଜ୍ୟୋତିଷାଚାର୍ଯ୍ୟ ସିଦ୍ଦେଶ୍ୱର ଯୋଶୀ, ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡ଼ମାଳୀ, ଜିଲ୍ଲା ବ୍ରାହ୍ମଣ ସମାଜର ସମ୍ପାଦକ ଦେବାଶିଷ ପୁରୋହିତଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
#Boudh #Nuakhai #MaaBhairabi #BoudhNews #NuakhaiLagna #FestivalOfOdisha