କାର୍ଯ୍ୟସ୍ଥଳୀରେ ମହିଳାଙ୍କ ସୁରକ୍ଷା ପାଇଁ POSH ଆଇନ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ସଦଭାବନା ସଭାଗୃହଠାରେ "କାର୍ଯ୍ୟସ୍ଥଳୀରେ ମହିଳାଙ୍କ ଯୌନ ନିର୍ଯାତନା (ନିଷେଧ, ପ୍ରତିରୋଧ ଓ ପ୍ରତିକାର) ଆଇନ, ୨୦୧୩" (POSH Act) ଉପରେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ ମହିଳାଙ୍କ ପାଇଁ ସୁରକ୍ଷିତ ଓ ସମ୍ମାନଜନକ କାର୍ଯ୍ୟପରିବେଶ ଗଢ଼ିତୋଳିବା ଉପରେ ଗୁରୁତ୍ୱାରୋପ କରିଥିଲେ
#Boudh #POSHAct #WomenEmpowerment #DistrictAdministrationBoudh #OdishaNews #WomenSafety AtWork
Baudh Sadar, Boudh (Bauda) | Sep 8, 2026