SMS News Bureau Rourkela
ପ୍ରବଳ ବୃଷ୍ଟିପାତ ରେ ସହର ରେ ଜନସାଧାରଣଙ୍କ କ୍ଷୟକ୍ଷତି ଆକଳନ କରି ରାଜ୍ୟ ସରକାର ସହାୟତା ଯୋଗାଇଦେବା ନେଇ ବିଜେଡି ପକ୍ଷରୁ ଦାବି।
ରାଉରକେଲା ର ଲୋକପ୍ରିୟ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ଦେଶ ଅନୁଯାଇ, ରାଉରକେଲା ବିଜେଡ଼ି ର ଏକ ପ୍ରତିନିଧି ମଣ୍ଡଳୀ,ଜିଲ୍ଲାପାଳ ଡ଼ ଶୁଭଂକର ମହାପାତ୍ର ଙ୍କୁ ମହାନଗର ନିଗମ କାର୍ଯ୍ଯାଳୟ ରେ ସାକ୍ଷାତ କରି ରାଉରକେଲା ବାସୀଙ୍କର ବିଗତ ଦିନରେ ପ୍ରବଳ ବୃଷ୍ଟିପାତ ଜନିତ ହୋଇଥିବା ବିଭିନ୍ନ ଅସୁବିଧା ଗୁଡିକ ପାଇଁ କ୍ଷତିପୂରଣ ରାଜ୍ୟ ସରକାରଙ୍କ ଠାରୁ ପ୍ରଦାନ ପାଇଁ ଦାବି କରିଥିଲେ । ଭବିଷ୍ୟତରେ ଅତ୍ୟଧିକ ବୃଷ୍ଟି ହେଲେ ମଧ୍ୟ,ରେଳ ଅଧିକାରୀ,ଇସ୍ପାତ କାରଖାନା ଅଧିକାରୀ,ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ,ଲୋକସଭା ସଦସ୍ୟ ଏବଂ ବିଧାୟକ ମାନେ ମିଳିତ ହୋଇ, ସହରର ଅତ୍ୟଧିକ ପାଣି କିପରି ନିଷ୍କାସିତ ହୋଇପାରିବ ତାହାର ଏକ ମାଷ୍ଟର ନକ୍ସା କରାଯାଇ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରଯାଇଥିଲା । ଜିଲ୍ଲାପାଳ ସମସ୍ତ ବିଷୟକୁ ଉପଲବ୍ଧି କରି ଯଥା ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଉପଲକ୍ଷେ ସହରର ଉନ୍ନୟନ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ସ୍ଵତନ୍ତ୍ର ଆର୍ଥିକ ସହାୟତା ଦେବାପାଇଁ ଦାବିପତ୍ର ଦିଆଯାଇଥିଲା ।ଉକ୍ତ ଦାବିପତ୍ରରେ, କ୍ରମାଗତ ପ୍ରବଳ ବର୍ଷାକୁ ପ୍ରକୃତିକ ବିପର୍ଯୟ ଘୋଷଣା କରି କ୍ଷତିଗ୍ରସ୍ତ ଙ୍କୁ ଅବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ,ବିପର୍ଯୟ ହୋଇ ପଡିଥିବା ସମସ୍ତ ରାସ୍ତା ଘାଟ ତୁରନ୍ତ ମରାମତି କରିବା,ନୂତନ ନାଳ,ନିର୍ମାଣଧୀନ ନାଳ ଗୁଡିକୁ ତିଆରି ସହିତ ପରସ୍ପର ସଂଯୋଗି କରଣ,ନଦୀଜଳ ବନ୍ୟାରୁ ସାହାରବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତାବିତ ଥିବା ଝିରପାଣି ଠାରୁ ଦେଓଗାଁ ପର୍ଯ୍ଯନ୍ତ ନଦୀବନ୍ଧ ଯୋଜନା ଯଥାଶୀଘ୍ର କ।ର୍ଯ୍ଯକାରୀ କରାଯାଉ । ପ୍ରତିନିଧି ମଣ୍ଡଳରେ,ବାରିଷ୍ଟ ନେତା ଜୟନ୍ତ କୁମାର ମିଶ୍ର,ବିରେନ ସେନାପତି,ପ୍ରଶାନ୍ତ ସେଠୀ, ସନ୍ତୋଷ କୁମାର ନାୟକ,ସନ୍ଧ୍ଯା ଲାକ୍ରା,ଛବି ମହାନ୍ତି, ଜ୍ୟୋସ୍ନା ନାୟକ, ବାବୁ ଖାନ,ପିଙ୍କୁ ଜୟସ୍ଵଲ,ସଞ୍ଜିତ ଛୋଟରାୟ,ବୁବୁଲି ରାଉତ, କାବୁଲି ପ୍ରତିହାରୀ,ସୁଧାଂଶୁ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ ।