SMS News Bureau Raurkela
ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ।
ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳରେ ଗତ କିଛିଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟାର ସମୀକ୍ଷ ଏବଂ ଏହାର ସମାଧାନ ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ଓ ସୁନ୍ଦରଗଡ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ରଙ୍କ ସହିତ ସେକ୍ଟର-୬ ମହିମା ଆଶ୍ରମ ବସ୍ତି, ସେକ୍ଟର-୭ ,ଅଭିରାମପାଲି ବସ୍ତି ଅଞ୍ଚକ ସମେତ ବର୍ଷରେ ପ୍ରଭାବିତ ଅଞ୍ଚକ ବୁଲିଥିଲେ । ପରିଦର୍ଶନ ସମୟରେ ବର୍ଷାରେ ଭାଙ୍ଗିଥିବା ଘର ଗୁଡିକୁ ମରାମତି କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଉଭୟେ ପ୍ରତିଶ୍ରୁତି ଦେଇଥିଲେ ।ଜିଲ୍ଲାପାଳ ଏବଂ ବିଧାୟକଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।