ବାରିପଦା ସଦର: ମୟୂରଭଞ୍ଜ ଓ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନକୁ ନେଇ ବଡ଼ ଖବର
ଭଞ୍ଜସେନାର ଦାବି ପରେ ମୟୂରଭଞ୍ଜ ଓ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ପୁଣି ଭୁବନେଶ୍ୱର ଅଧୀନକୁ ଫେରିଛି। ପୂର୍ବରୁ ଏହାକୁ ସମ୍ବଲପୁର ଅଧୀନରେ ରଖାଯାଇଥିଲା ଯାହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା। ଏବେ ପୋଷ୍ଟାଲ ବିଭାଗ ପକ୍ଷରୁ ଏହି ପରିବର୍ତ୍ତନ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି।