ପଡ଼ୋଶୀ ମହିଳାଙ୍କ ସମେତ ନିଜ ୩ ବର୍ଷର ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ।
ମାଲକାନଗିରି ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତାମସା ଗ୍ରାମପଞ୍ଚାୟତର ଆର ଓ କଲୋନୀ ର ଜଣେ ଆଇତା କବାସି ନାମକ ବ୍ୟକ୍ତି (୨୪) ନିଜ ୩ ବର୍ଷର କୁନି ଝିଅ ସହିତ ପଡ଼ୋଶୀ ଘରର ଜଣେ ସ୍ତ୍ରୀଙ୍କୁ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ କରିବା ଫଳରେ ୩ ବର୍ଷର କୁନି ଝିଅ ଦେବେ କବାସି (୩) ଏବଂ ପଡ଼ୋଶୀ ଘରର ନାନ୍ଦା ପଡ଼ିଆମିଙ୍କ ସ୍ତ୍ରୀ ମୁନ୍ନି ପଡ଼ିଆମି ଗୁରୁତର ଆହତ ହୋଇଛନ୍ତି ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟଙ୍କୁ ବର୍ତ୍ତମାନ ଚିକିତ୍ସା ଜାରି ରହିଥିବା ବେଳେ କାହିଁକି ଏଭଳି କାଣ୍ଡ ଘଟାଇଛନ୍ତି ଆଇତା କବାସି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ତେବେ ପୋଲିସ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ପଦାକୁ ଆସିବ ବୋଲି କୁହାଯାଉଛି। ସେପଟେ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଥିବା ବେଳେ ଆହତ ମୁନ୍ନି ପଡ଼ିଆମି ଙ୍କ ସ୍ବାମୀ ନାନ୍ଦା ପଡ଼ିଆମି ନ୍ୟାୟ ଦାବି କରିଛନ୍ତି