ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ’ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ।
ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ଗଣତନ୍ତ୍ର ବଞ୍ଚାଅ’କୁ ନେଇ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି।
ଏହି ସମ୍ମିଳନୀରେ ରାଜମହେନ୍ଦ୍ରୀର ମାନ୍ୟବର ସାଂସଦ ଶ୍ରୀମତୀ ଡି. ପୁରନ୍ଦେଶ୍ୱରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନରସିଂହ ମାଡକାମୀ ଓ ସାବିତ୍ରୀ ପଡ଼ିଆମୀ ମଞ୍ଚାସୀନ ଥିଲେ।
ସମ୍ମିଳନୀରେ ଗଣତନ୍ତ୍ରର ସୁରକ୍ଷା, ଦେଶର ରାଜନୈତିକ ସ୍ଥିରତା ଓ ବିରୋଧୀ ଦଳମାନଙ୍କ ଭୂମିକା ସମ୍ପର୍କରେ ମତ ରଖିଥିଲେ ଅତିଥିମାନେ। ଏଥିସହ ବୁଦ୍ଧିଜୀବୀମାନଙ୍କ ସହ ପ୍ରଶ୍ନୋତ୍ତର ଆଲୋଚନା ମଧ୍ୟ ହୋଇଥିଲା।
କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟବସାୟୀ, ବରିଷ୍ଠ ବିଜେପି ନେତା ଓ ଦଳୀୟ କର୍ମୀ ଯୋଗଦେଇଥିଲେ।
#DailyMalkangiri #BJP #Malkangiri #ଗଣତନ୍ତ୍ରବଞ୍ଚାଅ #OdishaNews #MalkangiriNews