ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କୁ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦର ସ୍ୱାଗତ ସମ୍ବର୍ଦ୍ଧନା
ବୌଦ୍ଧ: ବୌଦ୍ଧ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ (ADM) ଭାବେ ଯୋଗଦାନ କରିଥିବା ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦରୱାନଙ୍କୁ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ (RSAP), ବୌଦ୍ଧ ପକ୍ଷରୁ ସଭାପତି ପ୍ରଦୀପ କୁମାର ମହାନନ୍ଦଙ୍କ ନେତୃତ୍ୱରେ ଉଷ୍ମ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି।
ଏହି ସାକ୍ଷାତ ଆଲୋଚନା ସମୟରେ ଜିଲ୍ଲାର ଦଳିତ, ଆଦିବାସୀ ଓ ଅନୁନ୍ନତ ବର୍ଗର ଲୋକଙ୍କ ସାମାଜିକ ନ୍ୟାୟ, ଶିକ୍ଷା, ମୌଳିକ ସମସ୍ୟା ଓ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରାଯିବା ସହ ପ୍ରଶାସନିକ ସହଯୋଗ କାମନା କରାଯାଇଥିଲା।
ଜଣେ ଦକ୍ଷ ପ୍ରଶାସକଙ୍କ ସହ ଶ୍ରୀଯୁକ୍ତ ଦରୱାନ ଜଣେ ସୁସାହିତ୍ୟିକ, କବି ଓ ସୁଲେଖକ ହୋଇଥିବାରୁ ତାଙ୍କ ଯୋଗଦାନ ଜିଲ୍ଲାର ପ୍ରଶାସନିକ ତଥା ସାଂସ୍କୃତିକ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବ ବୋଲି ପରିଷଦ ଆଶାବ୍ୟକ୍ତ କରିଛି।
ଏହି କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ମହାନନ୍ଦ, ଟିକ ବେହେରା, ରମେଶ ଦୀପ, ସଞ୍ଜିତ କୁମାର ଜେନା, ଶ୍ରୀନିବାସ ମଲ୍ଲିକ, ସଞ୍ଜୟ କୁମାର ନାଏକ, ଗୌତମ କୁମ୍ଭୀର, ଚନ୍ଦନ ପାତ୍ର, ହାଡୁ ବାଦୀ ପ୍ରମୁଖ ଉପସ୍ଥିତ ଥିଲେ।
#Boudh #BoudhNews #OdishaAdmin #RSAP #WarmWelcome #BiriNarayanaDarwan