*କଣ୍ଟାମାଳ ହାଇସ୍କୁଲରେ ଜାତୀୟ ଆଇନ ସେବା ଦିବସ ପାଳିତ*
କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଣ୍ଟାମାଳ ତାଲୁକ ଆଇନ ସେବା ସମିତି ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି।
ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ଅଦାଲତର ବରିଷ୍ଠ ଦେୱାନୀ ବିଚାରପତି ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଚନ୍ଦ୍ରହାସ୍ୟ ବେହେରା, ସମ୍ମାନିତ ଅତିଥି ଭାବେ କଣ୍ଟାମାଳର ବରିଷ୍ଠ ଆଇନଜୀବୀ କୈଳାସ ବାରିକ, କଣ୍ଟାମାଳ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ପ୍ରଧାନ ଏବଂ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବନମାଳୀ ମେହେର ଯୋଗଦେଇ ଥିଲେ। ଏହି ଅବସରରେ ଆଇନ ସେବାର ଗୁରୁତ୍ୱ, ଆଇନଗତ ଅଧିକାର ଓ ମାଗଣା ଆଇନ ସହାୟତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ତାଲୁକ ଆଇନ ସେବା ସମିତି ପକ୍ଷରୁ ଆୟୋଜିତ ଏହି ସଚେତନତା ଶିବିରରେ ଶିକ୍ଷକ ସତ୍ୟଜିତ ପଣ୍ଡା, ଶ୍ରୀକାନ୍ତ ବୁଦ୍ଧିଆ, ଶିକ୍ଷୟିତ୍ରୀ ଏମ୍. ମାଧୁରୀ ଦୋରା, ମୀରାବାଈ ଧାରୁଆ, ସୁଭଦ୍ରା ମାଝୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ତାଲୁକ ଆଇନ ସେବା ସମିତିର କର୍ମଚାରୀ ଜ୍ୟୋତିରଞ୍ଜନ ତ୍ରିପାଠୀ ସହଯୋଗ କରିଥିବା ବେଳେ ଶିକ୍ଷକ ସୁଜିତ କୁମାର ତରିଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।