ଶୋଭାପାବୁଲି ଗ୍ରାମରେ ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପବିତ୍ର 'ଗିରିଗୋବର୍ଦ୍ଧନ ପୂଜା' ଉତ୍ସବ ଆଡ଼ମ୍ବରର ସହ ସମ୍ପନ୍ନ ହୋଇଯାଇଛି।
ପୂଜ୍ୟପାଦ ବାବା ଜଗବନ୍ଧୁ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅଖିଳ ଭାରତ ସନ୍ଥ ସମିତି (ଓଡ଼ିଶା)ର ସଂଗଠନ ମନ୍ତ୍ରୀ ବାବା ଲଛମନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଭୁ ଗୋବର୍ଦ୍ଧନଙ୍କ ନିକଟରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଗୋପୂଜନ, ଶ୍ରୀସୁନ୍ଦରକାଣ୍ଡ ପାରାୟଣ, ହରିନାମ ସଂକୀର୍ତ୍ତନ, ସାଧୁସେବା ଏବଂ ମହାପ୍ରସାଦ ସେବନ (ଅନ୍ନସେବା) ଆଦି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ସୁଚାରୁରୂପେ ଅନୁଷ୍ଠିତ ହୋଇଥିଲା। ସଙ୍କୀର୍ତ୍ତନର ସୁମଧୁର ଧ୍ୱନିରେ ପୁରା ଅଞ୍ଚଳ ମୁଖରିତ ହୋଇଉଠିଥିଲା।
ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ତଥା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଓ ଉପସ୍ଥିତିରେ ଏହି ଆଧ୍ୟାତ୍ମିକ ମାହୋଲ ସାଫଲ୍ୟମଣ୍ଡିତ ହୋଇଥିଲା। ଉତ୍ସବ ଶେଷରେ ସମସ୍ତ ଅତିଥି, ସାଧୁସନ୍ଥ ଓ ଗ୍ରାମବାସୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା।