ସୁନ୍ଦରଗଡ ସହର: ଅଧିବାସୀ କଂଗ୍ରେସ ର ଜାତୀୟ ଯୁଗ୍ମ ସଂଯୋଜିକା ହେଲେ ସୁନ୍ଦରଗଡ କଂଗେସ ନେତ୍ରୀ ଅମିତା ବିଶ୍ଵାଳ
ସୁନ୍ଦରଗଡ଼ ରବିବାର ଦିନ ଏଗାରଟା ସମୟର ସୁଚନା ମୁତାବକ କଂଗ୍ରେସ ନେତ୍ରୀ ଅମିତା ବିଶ୍ବାଳଙ୍କୁ ଅଖିଳ ଭାରତ ଆଦିବାସୀ କଂଗ୍ରେସର ଜାତୀୟ ଯୁଗ୍ମସଂଯୋଜିକା ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସହ ଅନ୍ୟ ରାଜ୍ୟର ଆଉ ୩ ଜଣ ଲକ୍ଷ୍ମୀ ଠାକୁର, ବବି ଭଗତ, ସନ୍ତୋଷ ଦିୱାନ ଯୁଗ୍ମ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତାଙ୍କୁ ଏହି ଦାୟିତ୍ବ ଦିଆଯାଇଥିବାରୁ କଂଗ୍ରେସ ଶିବିରରେ ଉତ୍ସାହ ପ୍ରକାଶ ପାଇଛି।