ସୁନ୍ଦରଗଡ ସହର: ବରସୁଆଁ ଖେଳପଡିଆରେ ସିପିଆଇ ଦଳର କର୍ମି ସମ୍ମୀଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ
ସୁନ୍ଦରଗଡ ଜିଲ୍ଲା ବଣେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରସୁଆଁ ଖେଳପଡିଆରେ ଆଜି ଅପରାହ୍ନରେ ସିପିଆଇର କର୍ମି ସମ୍ମୀଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମାନ୍ୟବର ବଣେଇ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଶସିଳା ମୁଣ୍ଡା, ଦଳର ରାଜ୍ଯ ସଂପାଦକ ପ୍ରମୋଦ ସାମଲ, ପ୍ରଭାତ ପଣ୍ଡାଙ୍କ ସହ ସ୍ଥାନୀୟ ସରପଞ୍ଚ ଏମ୍ଲେନ୍ ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସମ୍ମିଳନୀରେ ଶହ ଶହ କର୍ମୀ ଉପସ୍ଥିତ ରହିଥିବା ବେଳେ ଦଳୀୟ ନେତୃ ମଣ୍ଡଳୀ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ।