ସୁନ୍ଦରଗଡ ସହର: ସୁନ୍ଦରଗଡ ଇବ ନଦୀରେ ବୁଡ଼ି ନିଖୋଜ ଘଟଣା ଆଜି ୩ଜଣଙ୍କ ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।
ସୁନ୍ଦରଗଡ ଇବ ନଦୀରେ ବୁଡ଼ି ନିଖୋଜ ଘଟଣା ରବିବାର ସକାଳ ପ୍ରାୟ ୯ଟାରେ ୩ ଜଣ ଉଦ୍ଧାର କଲା ଉଦ୍ଧାରକାରୀ ଦଳ। ଗତକାଲି ସୁନ୍ଦରଗଡ଼ ରିଯେଣ୍ଟ ମାର୍କେଟ ରୁ ପରିବାର ସହ ଭୋଜି କରିବାକୁ ଆସି ଇବ ନଦୀରେ ଗାଧୋଇବା ପାଇଁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ସେମାନଙ୍କୁ ଆଜି ଉଦ୍ଧାର କରାଯାଇଛି।ଏହି ଉଦ୍ଧାର କାର୍ଯ୍ୟ ଟିମ୍ ରେ ସୁନ୍ଦରଗଡ଼,ଝାରସୁଗୁଡ଼ା,ସମ୍ବଲପୁର,ଓ ଭୁବନେଶ୍ବର ନିଯୁକ୍ତ କରାଯାଇଥିଲା। ୩ଜଣଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇ, ପରିବାର ଲୋକଙ୍କୁ ୩ଜଣକ ଶବକୁ ହସ୍ତାନ୍ତର କରିଛି ପୋଲିସ।