ଢାପ-ମହୁରୀ ତାଳେ ତାଳେ ଅସ୍ତ୍ରଶସ୍ତ୍ର ଧରି ନାଚିଲେ ଆଦିବାସୀ, ପାଳନ ହେଲା "ବିଶ୍ୱ ଆଦିବାସୀ ଦିବସ"!
ବୌଦ୍ଧ ଜିଲ୍ଲା ବେହେରାପଡ଼ାଠାରେ "ଆରିମୂଳ ପ୍ରଗଣା ଆଦିବାସୀ ସଂଘ" ଆନୁକୂଲ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ଆଦିବାସୀ ଦିବସ।
ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଆଦିବାସୀ ସଂସ୍କୃତିର ପ୍ରତୀକ ଅସ୍ତ୍ରଶସ୍ତ୍ର, ଧନୁ-ଶର, ଟାଙ୍ଗିଆ ଓ ବାଡ଼ି ପୂଜାର୍ଚ୍ଚନା କରାଯିବା ସହ ଢୋଲ, ମାଦଳ, ମହୁରୀର ତାଳେ ତାଳେ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା। ନିଜର ଜଳ, ଜଙ୍ଗଲ, ଜମି ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ପାଇଁ ଆଦିବାସୀ ଭାଇଭଉଣୀମାନେ ଏକତ୍ରିତ ହୋଇ ଉତ୍ସବ ପାଳନ କରିଛନ୍ତି।
#WorldTribalDay #WorldIndigenousPeoplesDay #Boudh #BoudhNews #AdivasiCulture #OdishaCulture #TraditionalDance #WorldAdivasiDay #BoudhDiaries