ବୌଦ୍ଧରେ 'OASIS MISAAL' ପ୍ରକଳ୍ପର ଶୁଭାରମ୍ଭ!
ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧର ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ "OASIS MISAAL" ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। Tofanpari Foundation ଏବଂ ଗୁଜରାଟର OASIS Movementର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, DPRO ବିଦ୍ୟାପତି ପଣ୍ଡା, OASIS Movementର ପ୍ରତିଷ୍ଠାତା ସଦସ୍ୟ ମେହୁଲ ପଞ୍ଚାଲ, Tofanpari Foundation ସଭାପତି ବିଶ୍ୱଜିତ ମିଶ୍ର, ସମ୍ପାଦକ ତୋଫାନ ପରିଡ଼ା, ପରାମର୍ଶଦାତା ଅଶୋକ କୁମାର ପାଣ୍ଡିଆଙ୍କ ସମେତ ବିଭିନ୍ନ କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥିଲେ।
ଯୁବପିଢ଼ିଙ୍କ ଆନ୍ତରିକ ପ୍ରତିଭା, ଯୋଗାଯୋଗ କୌଶଳ ଓ ନିଷ୍ପତ୍ତି ଗ୍ରହଣ କ୍ଷମତା ବୃଦ୍ଧି କରି ସେମାନଙ୍କୁ ସମାଜର ସକାରାତ୍ମକ ପରିବର୍ତ୍ତନର ବାହକ ଭାବେ ଗଢ଼ି ତୋଳିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।
#BoudhNews #OasisMisaal #YouthLeadership #TofanpariFoundation #OasisMovement #OdishaNews #SitakantSingh #ArgusNews
Baudh Sadar, Boudh (Bauda) | Aug 26, 2026