ଭାଇରାଲ୍ କଲ୍ ରେକର୍ଡର ପ୍ରତିକ୍ରିୟା: ବଦଳିଲେ ବୌଦ୍ଧ ଥାନା ଆଇଆଇସି
ସୋସିଆଲ ମିଡିଆରେ କଲ୍ ରେକର୍ଡିଂ ଭାଇରାଲ୍ ହେବା ପରେ ବୌଦ୍ଧ ପୋଲିସ ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ। ବୌଦ୍ଧ ମୋଡେଲ ଥାନା ଆଇଆଇସି ନଳିନୀକାନ୍ତ ଦାସଙ୍କୁ ଜିଲ୍ଲା ପୋଲିସ ହେଡକ୍ୱାଟରକୁ ବଦଳି କରାଯାଇଛି।
ତାଙ୍କ ସ୍ଥାନରେ ପୁରୁଣାକଟକ ଥାନା ଆଇଆଇସି ରଞ୍ଜିତ ମୁନିଙ୍କୁ ବୌଦ୍ଧ ମୋଡେଲ ଥାନାର ନୂତନ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ହେଡକ୍ୱାଟରରେ ଥିବା ଇନ୍ସପେକ୍ଟର ବବିତା ସାହୁଙ୍କୁ ପୁରୁଣାକଟକ ଥାନା ଆଇଆଇସି ଭାବେ ପୋଷ୍ଟିଂ କରାଯାଇଛି।
ଏହା ସହିତ ଜିଲ୍ଲାର ୩ ଜଣ ASI ଙ୍କର ମଧ୍ୟ ଅଦଳବଦଳ ହୋଇଛି:
ପ୍ରାଣବନ୍ଧୁ ସାହୁ (ASI): ବାଘିଆପଡ଼ା ଫାଣ୍ଡି ➡️ RO, ବୌଦ୍ଧ
ବ୍ରହ୍ମାନନ୍ଦ ପ୍ରଧାନ (ASI): ଜାନାପଙ୍କ ଫାଣ୍ଡି ➡️ ବାଘିଆପଡ଼ା ଫାଣ୍ଡି
ପୀତାମ୍ବର ବେହେରା (ASI): RO, ବୌଦ୍ଧ ➡️ ଜାନାପଙ୍କ ଫାଣ୍ଡି
ଏସପିଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅଧିକାରୀଙ୍କୁ ତୁରନ୍ତ ନୂତନ ଦାୟିତ୍ୱ ଗ୍ରହଣ କରିବାକୁ କୁହାଯାଇଛି।
#Boudh #BoudhNews #OdishaPolice #ViralAudio #TransferOrder #BreakingNews #boudhpolice
Baudh Sadar, Boudh (Bauda) | Aug 25, 2026