#ମହମ୍ମଦ_ଜୟନ୍ତିରେ_ମାନବିକତା_ଓ_ଏକତାର_ବାର୍ତ୍ତା...
(ମାନବିକତାର_କୌଣସି_ଧର୍ମ_ନାହିଁ,ଦୟାର_କୌଣସି_ସୀମା_ନାହିଁ )
ବାରିପଦା:-(ମୟୂରଭଞ୍ଜ ଲୋକାଲ ନିଉଜ)ବାରିପଦାରେ ପବିତ୍ର ପୟଗମ୍ବର ମହମ୍ମଦଙ୍କ ଜନ୍ମ ଜୟନ୍ତୀ (ଇଦ୍-ଏ-ମିଲାଦୁନ୍-ନବୀ) ଖୁବ ଧୁମଧାମର ସହ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରୋ-ନାସିର ଭାଇଙ୍କ ସହଯୋଗ ଓ ମାର୍ଗଦର୍ଶନ ରେ ବାରିପଦା ସ୍ଥିତ ଦାରୋଗାଡାହି ଗୋଲେଇ ଠାରେ ଏକ ସାମ୍ପ୍ରଦାୟିକ ସଦ୍ଭାବ ଓ ମାନବିକତାର ସୁନ୍ଦର ଉଦାହରଣ ଦେଖିବାକୁ ମିଳିଛି।ହିନ୍ଦୁ ଓ ମୁସଲିମ୍ ସମ୍ପ୍ରଦାୟର ଲୋକମାନେ ଭାଇଚାରା ଓ ଏକତାର ଭାବନା ନେଇ ଏକାଠି ହୋଇ ଉକ୍ତ ଉତ୍ସବକୁ ଧୁମଧାମର ସହ ପାଳନ କରିଥିଲାବେଳେ ମୟୂରଭଞ୍ଜ ୟୁଥ୍ କ୍ଲବ୍ ହେଲ୍ପିଂ ହ୍ୟାଣ୍ଡ ପକ୍ଷରୁ ଶୋଭାଯାତ୍ରା ରେ ବାହାରିଥିବା ସମସ୍ତ ଜନସାଧାରଣ ଙ୍କୁ ପାନୀୟ ଜଳ, ମିଠା ଓ ସୋଡା ବଣ୍ଟନ କରାଯାଇଥିଲା।ବାସ୍ତବରେ ବିନା ଭେଦଭାବରେ ହିନ୍ଦୁ ଓ ମୁସଲିମ୍ ଭାଇମାନଙ୍କର ଉକ୍ତ କାର୍ଯ୍ୟକ୍ରମରେ ମିଳିତ ଅଂଶଗ୍ରହଣ ଆଜି ସାର୍ଥକ ହୋଇ ସମାଜକୁ ଏକ ଶାନ୍ତି,ଏକତା ଓ ଭାଇଚାରାର ସକାରାତ୍ମକ ବାର୍ତ୍ତା ଦେଇଥିଲା।।।।।।
#Mayurbhanj #baripada #EidMiladUnNabi