#ନେପାଳରେ_ଓଡ଼ିଆ_ଯୁବତୀ_ନିଖୋଜ..
#ସୂଚନାନୁସାରେ:-
ନେପାଳ ଏବଂ ତିବ୍ଦତ ସୀମାଞ୍ଚଳରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ତଥା ପ୍ରଳୟଙ୍କାରୀ ବନ୍ୟାରେ ଓଡ଼ିଶାର ଆଉ ଜଣେ ଯୁବତୀ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ୨୦ ବର୍ଷିୟା ଯୁବତୀ କୁଲସୁମ ନିଗାର ଏହି ବିପର୍ଯ୍ୟୟରେ ନିଖୋଜ ହୋଇଯାଇଛନ୍ତି।ତେବେ ଏହି ବନ୍ୟାରେ ଶହ ଶହ ବିଦେଶୀ ପର୍ଯ୍ୟଟକ ଓ ଭାରତୀୟ ନାଗରିକ ନିଖୋଜ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ବାରିପଦାର କୁଲସୁମ ନିଗାର ମଧ୍ୟ ରହିଛନ୍ତି।ଯାହାଙ୍କୁ ନେଇ ବର୍ତ୍ତମାନ ତାଙ୍କ ପରିବାର ଏବଂ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଚିନ୍ତା ବଢି ଚାଲିଛି। ତେବେ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ, ନେପାଳ ପ୍ରଶାସନ ଏବଂ ସେନା ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଖବର ସୋସିଆଲ ମିଡିଆରେ ଆପଲର୍ଡ଼ ହେବା ପର୍ଯ୍ୟନ୍ତ ନିଖୋଜ ଯୁବତୀଙ୍କ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଖୋଜ ମିଳିପାରି ନାହିଁ।।।।।
#Mayurbhanj #baripada