#ଲଗାଣ ବର୍ଷାରେ ବୁଡ଼ିଲା ଗୋଧୂଳି ଗାଁ ନାଳ, ଯାତାୟତ ବାଧା ପ୍ରାପ୍ତ।
ଚମ୍ପୁଆ : ଅଞ୍ଚଳରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଚମ୍ପୁଆ ଏନ୍ଏସ୍ସି (NAC) ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୋଧୂଳି ଗାଁ ଦେଇ ଯାଇଥିବା ନାଳ ଉପରେ ବନ୍ୟାପାଣି ପ୍ରବାହିତ ହେବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଚମ୍ପୁଆ ଗୋଧୂଳି ଗାଁ ଦେଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବାରୁ, ଏବେ ରାଜ୍ୟ-ରାଜ୍ୟ ମଧ୍ୟରେ ଯୋଗାଯୋଗ ଠପ୍ ହୋଇଯାଇଛି। ସବୁଠାରୁ ବଡ଼ ସମସ୍ୟା ହେଉଛି— ଏହି ମୁଖ୍ୟ ରାସ୍ତାରେ ପାଣି ଚାଲୁଥିବାରୁ ସ୍ଥାନୀୟ ଲୋକଙ୍କ ସହ ନିତ୍ୟଯାତ୍ରୀମାନେ ବାଧ୍ୟ ହୋଇ ଦୀର୍ଘ ବାଟ ବୁଲି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ଏହାଦ୍ୱାରା ଅଧିକ ସମୟ ନଷ୍ଟ ହେବା ସହ ଯାତାୟାତରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।ଉଲ୍ଲେଖଯୋଗ୍ୟ ଯେ, ଏହି ନାଳଟି କିଛି ଦୂରରେ ବୈତରଣୀ ନଦୀ ସହ ମିଶିଛି। ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ନାଳରେ ପାଣି ପଛୁଆ ମାରି ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ପ୍ରତିବର୍ଷ ବର୍ଷା ଦିନେ ଏହି ସମସ୍ୟା ଉପୁଜୁଥିବାରୁ, ଯଥାଶୀଘ୍ର ଏଠାରେ ଏକ ସ୍ଥାୟୀ ଉଚ୍ଚ ପୋଲ ନିର୍ମାଣ କରିବାକୁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।।।
#kendujhar_khabar