ପାଟଣା: ଦେଓଗାଁ ଗ୍ରାମର ଆକାଶିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ କଲା ଅଗ୍ନିଶମ ବାହିନୀ
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅର୍ନ୍ତଗତ ରାଜନଗର ପଞ୍ଚାୟତ ଦେଓଗାଁ ଗ୍ରାମର ଆକାଶିଆ ଜଙ୍ଗଲରେ ଆଜି କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଛି। ପବନ କାରଣରୁ ନିଆଁ ଚାରିଆଡ଼େ ବ୍ୟାପିବା ସହ ଆକାଶ ଧୂଆଁମୟ ହୋଇଯାଇଥିଲା। ନିଆଁ ଏତେ ମାତ୍ରାରେ ବ୍ୟାପୀ ଯାଇଥିଲା ଯେ ଗାଁ ମୁହାଁ ହୋଇଥିଲା। ଗ୍ରାମବାସୀ ନିଆଁକୁ ଲିଭାଇବା ପାଇଁ ଚେଷ୍ଠା କରି ବିଫଳ ହେବାରୁ ଅଗ୍ନିଶମ ବାହିନୀ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚି ବହୁ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ।