SMS News Bureau Biramitrapur
Report: Bablu Sahoo
ରାମପାଲ ଛକ ରେ ଜବତ୍ ହେଲା ୧୪୦ କ୍ଵିଣ୍ଟାଲ ପିଡିଏସ୍ ଚାଉଳ ବୋଝେଇ ଟ୍ରକ।
୧୪୦ କୁଇଣ୍ଟାଲ ପିଡିଏସ୍ ଚାଉଳ ବୋଝେଇ ଏକ ଟ୍ରକକୁ ଆଜି କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ ନିକଟ ଜୟ ଗୋସାଈ ଆଗ୍ରୋ ଫୁଡସ ପ୍ରାଇଭେଟ ଲିମିଟେଡ ପରିସରରୁ ଜବତ କରାଯାଇଛି।
ଓଡ଼ି୧୪କେ-୮୪୪୭ ନମ୍ବର ବିଶିଷ୍ଠ ଟ୍ରକ୍ଟି ଏଫସିଆଇର ଏଲ-୨ ଠିକାଦାର ସନ୍ତୋଷ ଯାଦବଙ୍କ ବୋଲି ସୂଚନା ମିଳିଛି। ଲାଠିକଟାର ଶ୍ରୀ ମା ଦୁର୍ଗା ଫୁଡ ପ୍ରଡକ୍ଟ ଲଟ ନମ୍ବର-୩୦୭ ଚାଉଳ ଏଫସିଆଇକୁ ଯାଇଥିଲା। ସେଠାରୁ ଲାଠିକଟାର ଡିଲର୍ ଫୁଲେଶ୍ୱରି ଆଚାର୍ଯ୍ୟ ପାଖକୁ ଯିବା ପାଇଁ ଉକ୍ତ ଟ୍ରକରେ ୨୮୦ ବସ୍ତା ପିଡିଏସ୍ ଚାଉଳ ବୋଝେଇ କରାଯାଇଥିଲା।ହେଲେ ତାହା ଲାଠିକଟା ନ ଯାଇ କୁଆଁରମୁଣ୍ଡା ବିଜାବାହାଲ ଜୟ ଗୋସାଈ ଆଗ୍ରୋ ଫୁଡ୍ସ ପରିସରକୁ ଯାଇଥିଲା।
କୌଣସି ସୂତ୍ରରୁ ସୁନ୍ଦରଗଡ଼ ଏସ୍ପି ଅମ୍ରିତ ପାଲ କୌର ଖବର ପାଇ ସମ୍ପୃକ୍ତ ଚୋରା ଚାଲାଣ ଚାଉଳ ଗାଡ଼ିକୁ ଜବତ କରିବା ପାଇଁ ବୀରମିତ୍ରପୁର ପୋଲିସକୁ ସୂଚନା ଦେଇଥିଲେ। ବୀରମିତ୍ରପୁର ଏସଡିପିଓ ପୁଷ୍ପେନ୍ଦୁ ସାଗର, ଆଇଆଇସି ରାମ ପ୍ରସାଦ ନାଗ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରି କୁଆଁରମୁଣ୍ଡା ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ଅଞ୍ଜଳି ହାସଦାଙ୍କ ନିକଟରେ ଜିମା ଦେଇଥିଲେ। ଏହି ଘଟଣା ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି।
Sundargarh Town, Sundargarh | Sep 11, 2026