SMS News Bureau Nuagaon
ନୂଆଗାଁ ବିଜେଡି ପକ୍ଷରୁ ସାରଦା ଭାଇ ଙ୍କ ଜନ୍ମ ଦିନ ବୃକ୍ଷରୋପଣ ଓ ଫଳ ବଣ୍ଟନ
ମାଧ୍ୟମରେ ପାଳିତ।
ଆଜି ଜନ ସେବା ଓ ସମର୍ପଣର ଉଦାହରଣ ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏବଂ ରାଉରକେଲା ବିଧାୟକ ଶ୍ରୀ ସାରଦା ପ୍ରସାଦ ନାୟକଙ୍କ ଶୁଭ ଜନ୍ମ ଦିନ ଉପଲକ୍ଷେ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ନୂଆଗାଁ ବ୍ଲକର ସୋରଡ଼ା ସରକାରୀ ହସ୍ପିଟାଲ ରେ ଫଳ ବଣ୍ଟନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବିଶ୍ୱାସୀ ଟପ୍ନୋ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ସମିତି ସଭ୍ୟା ବାରିଲେପଟା ସୁଶ୍ରୀ ଏମ୍ମା ଏକ୍କା, ଖୁଣ୍ଟାଗାଁ ସରପଞ୍ଚ ସୁମିତ୍ରା ଓରାମ, ବରିଷ୍ଠ ନେତା ତଥା ହାତିବାରୀ ସମିତି ସଭ୍ୟ ଦିଗାମ୍ବର ଦାସ, କରକୋଟନାଶା ସମିତି ସଭ୍ୟ ଇନ୍ଦ୍ରଜିତ ପ୍ରଧାନ,ଯୁବ ନେତା ଦିଲୀପ ଲେହେରି,ରାଜ୍ୟ ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା,ମୁବାରକ ଆନସାରୀ, ମହେନ୍ଦ୍ର ଗୋୱାଲା, ରାଜେଶ ବଡ଼ାଇକ, ଖୋଗେଶ୍ୱର ପଣ୍ଡା, ହିମାଂଶୁ ତ୍ରିପାଠୀ, ମହେନ୍ଦ୍ର ବଡ଼ାଇକ, ବିଶୋମ୍ବର ବଡ଼ାଇକ, ରାଜେଶ ସାହୁ, ଇବ୍ରାହିମ ଆନସାରୀ,ବିନୋଦ ଜାତେ,ପ୍ରଭୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l