SMS News Bureau Rourkela
ସେକ୍ଟର-୬ ଲକ୍ଷ୍ମୀନାରାୟଣ ମାର୍କେଟ୍ର ନୂତନ କମିଟି ଗଠିତ।
ସରୋଜ ସଭାପତି ଓ ଗିରିଜା ସାଧାରଣ ସମ୍ପାଦକ ମନୋନୀତ।
ସେକ୍ଟର-୬ ଜି-ବ୍ଲକ୍ ଲକ୍ଷ୍ମୀନାରାୟଣ ମାର୍କେଟ୍ରେ ବ୍ୟବସାୟୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ ମାର୍କେଟ୍ କମିଟି ଗଠନ କରାଯାଇଛି। ବୈଠକରେ ମାର୍କେଟ୍ର ବିଭିନ୍ନ ସମସ୍ୟା ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା।ବୈଠକରେ ଉପସ୍ଥିତ କ୍ଷୁଦ୍ର ବ୍ୟବସାୟୀମାନେ ସର୍ବସମ୍ମତିକ୍ରମେ ନୂତନ କମିଟିର ସଦସ୍ୟମାନଙ୍କୁ ଚୟନ କରିଥିଲେ।
ସଭାପତି ଭାବେ ସରୋଜ ନାୟକ, ଉପସଭାପତି ଭାବେ ହରିହର ମହାରଣା, ସାଧାରଣ ସମ୍ପାଦକ ଭାବେ ଗିରିଜା ପ୍ରସନ୍ନ ସତପଥି, ସହ-ସମ୍ପାଦକ ଭାବେ ଗୁରୁମୂର୍ତ୍ତି ସ୍ୱାଇଁ, କୋଷାଧ୍ୟକ୍ଷ ଭାବେ ଭବାନୀ ଶଙ୍କର ସାହୁ ଏବଂ ସହ-କୋଷାଧ୍ୟକ୍ଷ ଭାବେ ରବି ଶର୍ମାଙ୍କୁ ଚୟନ କରାଯାଇଥିଲା।
ନୂତନ କମିଟି ଗଠନ ପରେ ଏହାସହ ଆଗାମୀ ଦିନରେ ମାର୍କେଟ୍ ରେ ମା ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ପୂଜାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ସହ ମାର୍କେଟ୍ର ସମସ୍ତ ବ୍ୟବସାୟୀଙ୍କ ସହଯୋଗରେ ଏହାକୁ ସଫଳ କରିବା ନେଇ ନୂତନ କମିଟି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।
#smsnewsnetwork #rourkela #market #sector6 #Gblockmarket #sarojnayak
Sundargarh Town, Sundargarh | Sep 10, 2026