ପାଟଣା: ଗୋଡିପୋଖରୀ ବିଦ୍ୟୁତ ଗ୍ରୀଡ଼ ନିକଟରୁ ବିଦେଶୀ ମଦ ସହ ସ୍କୁଟି ଜବତ, ୨ ଜଣ ଗିରଫ
କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋଡିପୋଖରୀ ବିଦ୍ୟୁତ ଗ୍ରୀଡ଼ ନିକଟରୁ ଆଜି ସଂନ୍ଧ୍ୟା ରେ ବିଦେଶୀ ମଦ ସହ ଏକ ସ୍କୁଟି ଜବଦ କରିଛି ତୁରୁମୁଙ୍ଗା ପୋଲିସ । ଏହା ଦୁଇ ଜଣ ଯୁବକ ଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ସଦର ଥାନା ଅନ୍ତର୍ଗତ ଖଜୁରିପାଣି ଗ୍ରାମର ମହେନ୍ଦ୍ର ପାତ୍ର ଓ ନରେନ୍ଦ୍ର ପାତ୍ର । ତୁରୁମୁଙ୍ଗା ପୋଲିସ ପେଟ୍ରୋଲଂ ସମୟରେ ଥାନା ଏସ୍ ଆଇ ରସାନନ୍ଦ ନାଏକ ଉଭୟଙ୍କ ଠାରୁ ମଦ ଜବଦ କରିବା ସହ ସ୍କୁଟି ଜବଦ କରିଛନ୍ତି। ଉଭୟ ଙ୍କୁ ବେଇଆଇନ ମଦ କାରବାର ଅଭିଯୋଗ ରେ ଗିରଫ କରାଯାଇଥିବା ବେଳେ ଏନେଇ ଥାନାରେ ୨୧୮/୨୦୨୪ ଏକ ମାମଲା ରୁଜୁ ହୋଇଛି।