ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଜ଼ିଲ୍ଲା ସ୍କୁଲ ଠାରେ ମହିଳା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଦିନ ପ୍ରାୟ 10 ଟା ସମୟରେ ଜ଼ିଲ୍ଲା ସ୍କୁଲ ଠାରେ ମହିଳା ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ କରି ଜ଼ିଲ୍ଲା ର ସମସ୍ତ ଅଙ୍ଗନବାଡି ଦିଦି ମାନେ ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଖୋ ଖୋ, କବାଡି,. ରଙ୍ଗୋଲି, ସଙ୍ଗୀତ ଭଳି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା l ଏଥିରେ ଅଙ୍ଗନବାଡି ଦିଦି ମାନେ ଭାଗ ନେଇଥିଲେ l ତେବେ ଜ଼ିଲ୍ଲା ପ୍ରଶାସନ ର ଏଭଳି କାର୍ଯ୍ୟକ୍ରମକୁ ଅଙ୍ଗନବାଡି ଦିଦି ମାନେ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ