ସମ୍ବଲପୁର ମ୍ୟୁନିସିପାଲଟି: ଜିଲ୍ଲାରେ ଅପପୃଷ୍ଟି ରୋକିବାକୁ ନିଆଯାଉଥିବା ପଦକ୍ଷେପ ନେଇ ଜିଲ୍ଲାସ୍କୁଲ ଠାରେ ପ୍ରତିକ୍ରିୟା ରଖିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ
ଆଜି ସମ୍ବଲପୁର ଜିଲ୍ଲାସ୍କୁଲ ଠାରେ ସମ୍ବଲପୁର ଜିଲ୍ଲାରେ ଅପପୃଷ୍ଟି ରୋକିବାକୁ ନିଆଯାଉଥିବା ପଦକ୍ଷେପ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ରେଣୁବାଳା ନନ୍ଦ ନିଜ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ ଏଥିପାଇଁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଏଥିସହ ବିଭାଗ ପକ୍ଷରୁ ଓ ବିଭିନ୍ନ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିଭିନ୍ନ ସମୟରେ ସ୍ୱତନ୍ତ୍ର ପରିଦର୍ଶନ ମଧ୍ୟ କରାଯାଉଛି।