#କୋରାପୁଟ_ସୁନାବେଡ଼ା_HAL_କେନ୍ଦ୍ର_ପୂର୍ବ_ଭାରତକୁ_ଦେବ_ନୂଆ ପରିଚୟ।
୨୦୦୦ତମ ଏରୋ-ଇଞ୍ଜିନ ଡେଲିଭରି, ଶକ୍ତି ଇଞ୍ଜିନର ଦ୍ୱିତୀୟ ଲାଇନର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
କୋରାପୁଟର HAL କେନ୍ଦ୍ର ଓ ବିଶାଖାପାଟଣାରେ ବିକଶିତ ହେଉଥିବା ପ୍ରତିରକ୍ଷା, ନାଭାଲ ଓ ଜାହାଜ ନିର୍ମାଣ ଇକୋସିଷ୍ଟମ୍ ମିଶି ପୂର୍ବ ଭାରତକୁ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ଦେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମଙ୍ଗଳବାର ସୁନାବେଡ଼ା HAL କୋରାପୁଟ ଡିଭିଜନ ପରିଦର୍ଶନ କରି ସେ ୨୦୦୦ତମ ଏରୋ-ଇଞ୍ଜିନର ଡେଲିଭରି କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ଶକ୍ତି’ ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଂ ଲାଇନର ଶିଳାନ୍ୟାସ କରିଥିଲେ।