Public App Logo
Profile Picture

TV4 ODISHA

@tv4odisha
489Followers
0Following
ଜୟପୁର ଟାଉନ୍ ପୋଲିସ ଡ଼୍ର୍ଗସ୍  କରୋବାରରେ ୬ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ 
ଜଣେ ଯୁବତୀ ପାଞ୍ଚ ଯୁବକ ରହିଛନ୍ତି।
ଜୟପୁର ଦଶହରା ପାଇଁ
ମାଁ ଭଗବତୀଙ୍କ ମିଳିଲା ଆଦେଶ,ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମାଁଙ୍କ ଆଜ୍ଞାମାଳ ଗ୍ରହଣ କରିଛନ୍ତି। ମାଁ ଙ୍କ ନିର୍ଦ୍ଦେଶନାରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁର ସହରରରେ ଦଶହରା ପର୍ବରେ ସାମିଲ ହେବା ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୨ଟି ଦେବୀପୀଠକୁ ନିମନ୍ତ୍ରଣ ହେବ।
କୋରାପୁଟ ଜିଲ୍ଲା ବନ୍ୟା ପିଡିତଙ୍କୁ ସରକାରଙ୍କ ବଡ ଘୋଷଣା
ବିଜେଡି ପକ୍ଷରୁ ଜୟପୁରରେ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ
ସରକାରଙ୍କ ବିଭିନ୍ନ ନୀତିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ
ଜୟପୁର, ୨/୧୦(ନି ପ୍ର): ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ୱରେ ଜୟପୁର ନିର୍ବାଚନମଣ୍ଡଳୀ ପକ୍ଷରୁ ଜୟପୁର ବ୍ଲକ ଅନ୍ତର୍ଗତ ବାର୍ଲାହାଣ୍ଡି ଗ୍ରାମରୁ ପଦଯାତ୍ରା ବାହାରି ଫାମ୍ପୁଣି ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚିଥିଲା।ଏହି ଅବସରରେ ଶ୍ରୀ ନନ୍ଦ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଦେଶ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶ ଅନୁସରଣ କରି ଦେଶରେ ଶାନ୍ତି ଓ ସୁଖସମୃଦ୍ଧି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଏହି ସଭାରେ ଶ୍ରୀ ନନ୍ଦ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକଳାପକୁ ନେଇ ସମାଲୋଚନା କରିଥିଲେ।ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ସେ ଅଭିଯୋଗ କରିଥିଲେ। ଚାଷୀଙ୍କ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିକାଶମୂଳକ କାର୍ଯ୍ୟର ମନ୍ଥରତା ଓ ବେକାରୀ ସମସ୍ୟାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।ଏଥିସହ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌କୁ ନେଇ କୋରାପୁଟ ଜିଲ୍ଲାରେ ବଡ଼ ଧରଣର ଆର୍ଥିକ ଅନିୟମିତତା ହେବାର ଅଭିଯୋଗ କରିବା ସହ ଆଦାନୀ କମ୍ପାନୀକୁ ଅହେତୁକ ଅନୁକମ୍ପା ଦିଆଯାଉଥିବା ଶ୍ରୀ ନନ୍ଦ ଅଭିଯୋଗ କରିଥିଲେ।ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ମଧ୍ୟ ଶ୍ରୀ ନନ୍ଦ ମତ ରଖିଥିଲେ। ରାଜ୍ୟ ସରକାର ନିର୍ବାଚନ କରିବାକୁ ଚାହୁଁନଥିବା ସେ ଅଭିଯୋଗ କରିବା ସହ ନିର୍ବାଚନ ହେଲେ ବିଜେପି ଗୋଟିଏ ଆସନ ମଧ୍ୟ ଜିତିପାରିବ ନାହିଁ ବୋଲି ଦାବି କରିଥିଲେ।ବର୍ତ୍ତମାନ ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ଲୋକଙ୍କ ପ୍ରଶ୍ନର ସମ୍ମୁଖୀନ ହେଉଥିବା ଏବଂ ସରକାରଙ୍କ ଉପରେ ଜନଅସନ୍ତୋଷ ବଢ଼ୁଥିବା ସେ କହିଥିଲେ।ଆଗାମୀ ଦିନରେ ଲୋକେ ପୁଣିଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରକୁ ଫେରାଇ ଆଣିବା ପାଇଁ ମନସ୍ଥ କରିଥିବା ଶ୍ରୀ ନନ୍ଦ ଦାବି କରିଥିଲେ। ଏହି ପଦଯାତ୍ରାରେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ବିଜେଡି ନେତା ନାଗୁ ଦୋରା,ବାଲିଙ୍କି ରାଓ,ସୂର୍ଯ୍ୟ ନାରାୟଣ ରଥଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ।
ଜୟପୁର ମହିଳା ଥାନାରେ ଜଣେ ମହିଳାଙ୍କୁ ବିବାହ ହେବାର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗ।
ପ୍ଲାଷ୍ଟିକକୁ ନା କୁହନ୍ତୁ, ସଚେତନତା ପାଇଁ ପଦଯାତ୍ରା
ଜୟପୁର ପୌରପାଳିକା ପକ୍ଷରୁ ସଚେତନତା ରାଲି, ସାମିଲ ହେଲେ ଛାତ୍ରଛାତ୍ରୀ ଓ କାଉନସିଲର
ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଜୟପୁର ପୌରପାଳିକା ପକ୍ଷରୁ ‘ପ୍ଲାଷ୍ଟିକକୁ ନା କୁହନ୍ତୁ’ ବାର୍ତ୍ତା ନେଇ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାର ବ୍ୟବହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଓ ବାର୍ତ୍ତା ମାଧ୍ୟମରେ ପ୍ଲାଷ୍ଟିକ ବର୍ଜନ ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ କରାଯାଇଥିଲା। ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ପୂଜା ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ପୌରପାଳିକାର ଉପାଧ୍ୟକ୍ଷ ବି. ସୁନିତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୌରପାଳିକାର ସମସ୍ତ କାଉନସିଲର ଓ କର୍ମଚାରୀ ସାମିଲ ହୋଇଥିଲେ। ପ୍ଲାଷ୍ଟିକମୁକ୍ତ ଓ ସ୍ୱଚ୍ଛ ଜୟପୁର ଗଠନ ପାଇଁ ସମସ୍ତେ ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକ ବ୍ୟବହାର କମାଇବା ସହ ପରିବେଶ ସୁରକ୍ଷା ଦିଗରେ ସଚେତନ ହେବା ଆବଶ୍ୟକ ବୋଲି ଏହି ପଦଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା।
I got over 10,000 reactions on my posts last week! Thanks everyone for your support! 🎉
ଜୟପୁର ପୌରପାଳିକା ଦ୍ଵାରା ୨ କୋଟି ଟଙ୍କାରୁ ଉର୍ଦ୍ଧ ନିର୍ମିତ ସୁନାନଗର ସ୍ଥିତ ଗୋଶାଳାର ଅବସ୍ଥା ଅତି ଦୁର୍ଭାଗ୍ୟପୂର୍ଣ୍ଣ ଦେଖନ୍ତୁ ପୁରା ଏହି ସ୍ଵତନ୍ତ୍ର ଭିଡିଓ ସମାଜସେବୀ କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ।
ଜୟପୁର ପୌରପାଳିକାରେ ବୁଲୁଛି ନମ୍ବର ଅସଲି ଗାଡ଼ି ନକଲି, ଏଥି ସହିତ କିଛି ଗାଡିର କାଗଜ ପତ୍ର ସଠିକ୍ ନଥିବା ଅଭିଯୋଗ ଆଣିଛନ୍ତି ବିଜେପି ନେତା ରବିନ୍ଦ୍ର ମହାପାତ୍ର।
ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ
ଶିକ୍ଷକଙ୍କ ମାଡ଼ରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ । ଚିକିତ୍ସାଧୀନ ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଛାତ୍ର ହେଲେ  ଗଙ୍ଗା ଜାନି ଗଡ଼ପଦର ଆବାସିକ ବିଦ୍ୟାଳୟରେ ରହି ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ । ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଙ୍କ ମୃତ୍ୟୁ ହୋଇଛି ।ଘଟଣାକୁ ନେଇ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ତେବେ ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ଏବଂ ଶିକ୍ଷକଙ୍କ ମାଡ଼ ସହ ମୃତ୍ୟୁର ସମ୍ପର୍କ ନେଇ ତଦନ୍ତ ପରେ ସ୍ପଷ୍ଟ ହେବ । ଏହାକୁ ନେଇ ପ୍ରଧାନ ଶିକ୍ଷକ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।
<nis:link nis:type=tag nis:id=ପ୍ରଧାନ_ଶିକ୍ଷକଙ୍କ_ମାଡ଼ରେ_ଛାତ୍ର_ମୃତ୍ୟୁ_ଅଭିଯୋଗ nis:value=ପ୍ରଧାନ_ଶିକ୍ଷକଙ୍କ_ମାଡ଼ରେ_ଛାତ୍ର_ମୃତ୍ୟୁ_ଅଭିଯୋଗ nis:enabled=true nis:link/>
ଗଡ଼ପଦର ପିଏମ୍‌ଶ୍ରୀ ଉନ୍ନୀତ ଉଚ୍ଚବିଦ୍ୟାଳୟ ଘଟଣା; ଜୟପୁର ସଦର ପୁଲିସର ତଦନ୍ତ ଆରମ୍ଭ। ଗଡପଦର ଗ୍ରାମବାସୀଙ୍କ ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ ନାମରେ ସାଂଘାତିକ ଅଭିଯୋଗ।
ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ଶିକ୍ଷକ; ସିସିଟିଭି ଫୁଟେଜ୍‌ ଯାଞ୍ଚ ଦାବି।
🇮🇳 ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ୧୦ ବର୍ଷ ପୂର୍ତ୍ତି 🇮🇳
୨୮–୨୯ ସେପ୍ଟେମ୍ବର ୨୦୧୬ର ସାହସିକ ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ୧୦ ବର୍ଷ ପୂର୍ଣ୍ଣ ହୋଇଛି।
ଦେଶର ସୁରକ୍ଷା ପାଇଁ ଭାରତୀୟ ସେନାର ଯବାନମାନେ ନିୟନ୍ତ୍ରଣରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ ଅଞ୍ଚଳରେ ଥିବା ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଗୁଡ଼ିକ ଉପରେ ଅଭିଯାନ ଚଳାଇଥିଲେ। ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାର ସମସ୍ତ ବୀର ଯବାନଙ୍କୁ TV4 ଓଡ଼ିଶା ତରଫରୁ ଶତ ଶତ ପ୍ରଣାମ।
ବୀର ଯବାନଙ୍କ ସାହସ ଓ ବଳିଦାନକୁ ଦେଶ ସଦା ସ୍ମରଣ କରିବ।
🇮🇳 ଜୟ ହିନ୍ଦ୍ | ଜୟ ଭାରତ 🇮🇳
Video 12
ଜୟପୁର ଟାଉନ୍ ଥାନା ଦ୍ଵାରା ଚୋରି ମାମଲାରେ ୩ ଗିରଫ। ତମ୍ବା ତାର, ଏସି ପାଇପ୍‌ ଓ ଏଲଇଡି ଟିଭି ଜବତ।
ଜୟପୁର ଟାଉନ୍‌ ଥାନା ପୁଲିସ ଏକ ଚୋରି ମାମଲାରେ ୩ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁର ପୌରପାଳିକା ସୁଇପର କଲୋନୀର ସଦନ ଆକୋଜି ଓରଫ ସଙ୍କଦାରୁ (୩୫), ମଘଦୁ ନାୟକ (୩୫) ଓ ଅଜୟ ପରଜା (୨୦)। ସେମାନଙ୍କ ନିକଟରୁ ଚୋରି ସମ୍ପର୍କିତ ତମ୍ବା ତାର, ଏସି ପାଇପ୍‌ ଓ ଏକ ଏଲଇଡି ଟିଭି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଆଇନାନୁସାରେ ଅଦାଲତରେ ହାଜର କରି ଚାଲାଣ କରାଯାଇଛି।
ଜୟପୁର ଟାଉନ୍ ଥାନା ପୋଲିସ ଦ୍ଵାରା ଚୋରି ମାମଲାରେ ୩ ଗିରଫ।
ତାମ୍ବା ତାର, ଏସି ପାଇପ୍‌ ଓ ଏଲଇଡି ଟିଭି ଜବତ।
କୋଡିଙ୍ଗାମାଳି ବକ୍ସାଇଟ ପରିବହନରେ କନଭେୟର ବେଲ୍ଟ ଦାବି। ଭାରୀ ଟ୍ରକ୍‌ ଚଳାଚଳରେ ଧୂଳି, ଶବ୍ଦ ପ୍ରଦୂଷଣ ଓ ଦୁର୍ଘଟଣା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର।
କୋରାପୁଟ ଜିଲ୍ଲାର କୋଡିଙ୍ଗାମାଳି ବକ୍ସାଇଟ ଖଣିରୁ ଖଣିଜ ପରିବହନ ପାଇଁ ଭାରୀ ଟ୍ରକ୍‌ ଚଳାଚଳ ବନ୍ଦ କରି କନଭେୟର ବେଲ୍ଟ ମାଧ୍ୟମରେ ବକ୍ସାଇଟ ପରିବହନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ଦିଆଯାଇଛି।
ନାରାୟଣପାଟଣାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି
୧୦୭ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ୧୭ଟିର ତତ୍କାଳ ସମାଧାନ।
କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଶୁଣାଣିରେ ଜନସାଧାରଣଙ୍କ ପକ୍ଷରୁ ମୋଟ ୧୦୭ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ୫୮ଟି ଗୋଷ୍ଠୀଗତ ଏବଂ ୪୯ଟି ବ୍ୟକ୍ତିଗତ ଅଭିଯୋଗ ରହିଥିଲା। ଆର୍ଥିକ ସହାୟତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଘର ପଟ୍ଟା, ଜମିଜମା ସମସ୍ୟା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ରାସ୍ତା ଓ ଯାତାୟାତ, ବିଦ୍ୟୁତ ସରବରାହ ଆଦି ବିଭିନ୍ନ ସମସ୍ୟା ନେଇ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଉପସ୍ଥାପନ କରିଥିଲେ। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୧୭ଟିର ତତ୍କାଳ ସମାଧାନ କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ମହାଜନ ଅଭିଯୋଗକାରୀମାନଙ୍କ ସମସ୍ୟା ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗଗୁଡ଼ିକର ତ୍ୱରିତ ଏବଂ ନିୟମାନୁଯାୟୀ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣିରେ କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ଉପଜିଲ୍ଲାପାଳ, କୋରାପୁଟ ଫାବି ରଶିଦ, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କୋରାପୁଟ ବେଣୁଧର ସବରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇଥିଲେ।
କୋଟପାଡ଼ ବନ୍ୟା ଜଳରେ ପଶି ରହିଥିବା ଜଣେ ଯୁବକକୁ ଓଡ଼୍ରାଫ୍ ଟିମ୍ ଉଦ୍ଧାର କରିବାର ହୃଦୟ ବିଦାରକ ଦୃଶ୍ୟ।
କୋରାପୁଟ ଜିଲ୍ଲା ନନ୍ଦପୁର ସିନ୍ଧେଦେବୀ କଲେଜ ନିକଟରେ ବାଇକ୍‌ ଦୁର୍ଘଟଣା,
ଛାତ୍ରୀ ଓ ବାଇକ୍‌ରେ ବସିଥିବା ମହିଳା ଗୁରୁତର, ଚାଳକ ଆହତ,
ଗୁରୁତର ଛାତ୍ରୀ ଓ ମହିଳାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର।
Video 19
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋରାପୁଟ ଜିଲ୍ଲା କୋଟପାଡ଼ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ଦୁଃଖ ବୁଝିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ କ୍ଷୟକ୍ଷତିର ଆକଳନ କରି ସମସ୍ତଙ୍କ ସମସ୍ୟା ଦୁର କରିବା ପାଇଁ ପ୍ରତିଶ୍ରୁତି।
କୋଟପାଡ଼ ବନ୍ୟାରେ ଓଡ୍ରାଫ୍‌ର ଦୁଃସାହସିକ ଉଦ୍ଧାର
ସୁରଲି ଗ୍ରାମରୁ ୩ ଜଣଙ୍କୁ ଉଦ୍ଧାର କଲେ ଓଡ୍ରାଫ୍ ଟିମ୍
କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍‌ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋଟପାଡ଼ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପୂର୍ବରୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଏକ ଦୁଃସାହସିକ ଉଦ୍ଧାର ଅଭିଯାନ କରାଯାଇଥିଲା।କୋଟପାଡ଼ ବ୍ଲକ୍‌ର ସୁରଲି ଗ୍ରାମରେ ବନ୍ୟା ଜଳ ମଧ୍ୟରେ ଫସି ରହିଥିବା ୩ ଜଣ ବ୍ୟକ୍ତିଙ୍କୁ ଓଡ୍ରାଫ୍ ଟିମ୍ ଦୁଃସାହସିକ ଭାବେ ଉଦ୍ଧାର କରିଛି। ବିପଦପୂର୍ଣ୍ଣ ପରିସ୍ଥିତିରେ ଓଡ୍ରାଫ୍ ଯବାନଙ୍କ ଏହି ଉଦ୍ଧାର କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛି।ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
କୋଟପାଡ଼ ବନ୍ୟାରେ ଓଡ୍ରାଫ୍‌ର ଦୁଃସାହସିକ ଉଦ୍ଧାର
ସୁରଲି ଗ୍ରାମରୁ ୩ ଜଣଙ୍କୁ ଉଦ୍ଧାର କଲେ ଓଡ୍ରାଫ୍ ଟିମ୍
କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍‌ ପକ୍ଷରୁ ଜୋରଦାର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୋଟପାଡ଼ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପହଞ୍ଚିବା ପୂର୍ବରୁ ଓଡ୍ରାଫ୍ ଟିମ୍ ପକ୍ଷରୁ ଏକ ଦୁଃସାହସିକ ଉଦ୍ଧାର ଅଭିଯାନ କରାଯାଇଥିଲା। କୋଟପାଡ଼ ବ୍ଲକ୍‌ର ସୁରଲି ଗ୍ରାମରେ ଦୀର୍ଘ ୫ ଦିନି ହେଲା ବନ୍ୟା ଜଳ ମଧ୍ୟରେ ଫସି ରହିଥିବା ୩ ଜଣ ବ୍ୟକ୍ତିଙ୍କୁ ଓଡ୍ରାଫ୍ ଟିମ୍ ଦୁଃସାହସିକ ଭାବେ ଉଦ୍ଧାର କରିଛି। ବିପଦପୂର୍ଣ୍ଣ ପରିସ୍ଥିତିରେ ଓଡ୍ରାଫ୍ ଯବାନଙ୍କ ଏହି ଉଦ୍ଧାର କାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏବେ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲା କୋଟପାଡ଼ ଗସ୍ତ କରି ବନ୍ୟା ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ଅଞ୍ଚଳବାସୀଙ୍କ ସହ ମିଶି ସେମାନଙ୍କ ସମସ୍ୟା ବୁଝିଥିଲେ। ବନ୍ୟା ପିଡୀତାଙ୍କ ପାଇଁ ପ୍ରସ୍ତୁତ ହେଉଥିବା ରିଲିଫ ଡାଲିର ସ୍ବାଦ  ଚାଖି ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଡାଲିର ସ୍ୱାଦ ନେଇଥିଲେ।
<nis:link nis:type=tag nis:id=ମୁଖ୍ୟମନ୍ତ୍ରୀ_ମୋହନ_ଚରଣ_ମାଝୀ_ଆଜି_କୋଟପାଡ଼_ଆସୁଛନ୍ତି nis:value=ମୁଖ୍ୟମନ୍ତ୍ରୀ_ମୋହନ_ଚରଣ_ମାଝୀ_ଆଜି_କୋଟପାଡ଼_ଆସୁଛନ୍ତି nis:enabled=true nis:link/>
<nis:link nis:type=tag nis:id=ବନ୍ୟା_ପ୍ରଭାବିତ_ଅଞ୍ଚଳ_ପରିଦର୍ଶନ_କରିବେ nis:value=ବନ୍ୟା_ପ୍ରଭାବିତ_ଅଞ୍ଚଳ_ପରିଦର୍ଶନ_କରିବେ nis:enabled=true nis:link/>
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଆଜି କୋରାପୁଟ ଜିଲ୍ଲା ଗସ୍ତରେ ଆସୁଛନ୍ତି। ସକାଳ ୯:୩୦ ସମୟରେ ଜୟପୁର ବିମାନ ବନ୍ଦରରେ ପହଂଚିବା ପରେ ସେ ୧୧:୧୦ ସମୟରେ କୋଟପାଡ଼ ଯିବେ। ସେଠାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।